31.1 C
Bhubaneswar
Friday, March 29, 2024
Homeଓଡିଶାକ୍ବାରେନଣ୍ଟାଇନ ଫେରନ୍ତାଙ୍କୁ ଗାଁରେ ପଶିବାକୁ ବାରଣ, କୁଡ଼ିଆ କରି ଜଙ୍ଗଲରେ ନେଲେ ଆଶ୍ରୟ

କ୍ବାରେନଣ୍ଟାଇନ ଫେରନ୍ତାଙ୍କୁ ଗାଁରେ ପଶିବାକୁ ବାରଣ, କୁଡ଼ିଆ କରି ଜଙ୍ଗଲରେ ନେଲେ ଆଶ୍ରୟ

ବରଗଡ଼ : କ୍ବାରେନଣ୍ଟାଇନ ସେଣ୍ଟରରୁ ଫେରିଥିଲେ । ତାଙ୍କର ନମୁନା ନେଗେଟିଭ୍ ଆସିଥିଲା। ଏହା ସତ୍ବେ ତାଙ୍କୁ ଗାଁରେ ପଶିବାକୁ ଦିଆଗଲା ନାହିଁ । ଯେତେ କାକୁତିମିନତି ହେଲେ ମଧ୍ୟ ସାହିପଡ଼ିଶା ଆଉ ଗାଁ ଲୋକ ଶୁଣିଲେ ନାହିଁ । ଶେଷରେ ଜଙ୍ଗଲରେ ପତ୍ର କୁଡ଼ିଆ କରି ରହୁଛନ୍ତି ୩ ଜଣ ବ୍ୟକ୍ତି । ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ମୂଳବାର ପଞ୍ଚାୟତରେ । ଏହି ପ୍ରବାସୀ ଗାଁ ଲୋକଙ୍କ ବାରଣ ଯୋଗୁଁ ଜଙ୍ଗଲରେ ରହୁଥିବା ଅଭିଯୋଗ ହୋଇଛି ।
ଭଟଲି ଅଞ୍ଚଳର ସର୍ଦାପାଲି ଗାଁର ଉମାକାନ୍ତ ସେଠ, ରାଜେନ୍ଦ୍ର ସୁନା ଓ ସଙ୍କୀର୍ତନ ସୁନା ନାମକ ୩ ଜଣ ବ୍ୟକ୍ତି ତାମିଲନାଡ଼ୁରେ ଦାଦନ ଖଟିବାକୁ ଯାଇଥିଲେ । ଲକ୍ଡ଼ାଉନ ଯୋଗୁଁ କାମ ବନ୍ଦ ହୋଇଗଲା । ସେମାନେ ଗାଁକୁ ଫେରିଲେ । ୧୪ଦିନ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିବା ପରେ ଗାଁ’କୁ ଫେରିଥିଲେ । ହେଲେ ଘରେ ସଙ୍ଗରୋଧ ହୋଇ ରହିବାକୁ ଚାହିଁଲେ ଯେ ସେମାନଙ୍କୁ ଗାଁ ଲୋକ ବାରଣ କଲେ । ଫଳରେ ସେମାନେ ଗାଁ ବାହାରେ ଜଙ୍ଗଲରେ କୁଡ଼ିଆ କରି ରହୁଛନ୍ତି । ଘଟଣା ସମ୍ପର୍କରେ ସେମାନେ ସ୍ଥାନୀୟ ପ୍ରଶାସନକୁ ଅବଗତ କରିଛନ୍ତି ବୋଲି ସୂଚନା ମିଳିଛି । ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ନିଜର ଦୁଃଖ ଜଣାଇଛନ୍ତି । ମାତ୍ର କେହି ସେମାନଙ୍କ କଥା ଶୁଣୁ ନାହାନ୍ତି । ଏପରିକି ପିଇବା ପାଣି ଆଣିବାକୁ ଗାଁ ନଳକୂଅ ଆଉ କୂଅ ବି ସେମାନଙ୍କ ପାଇଁ ମନା ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking