43 C
Bhubaneswar
Tuesday, April 16, 2024
Homeଓଡିଶାଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ୬ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ୬ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ୱରକୁ ୩ଟି ଜୋନ୍‌ରେ ବିଭକ୍ତ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ବରିଷ୍ଠ ଆଇଏଏସ ଅଧିକାରୀ ରଂଜନା ଚୋପ୍ରା ଓ ବିଷ୍ଣୁପଦ ସେଠୀଙ୍କୁ ଉତ୍ତର ଜୋନ୍, ଏସ୍. କେ ଲୋହାନୀ ଓ ଶାଶ୍ୱତ ମିଶ୍ରଙ୍କୁ ଦକ୍ଷିଣପୂର୍ବ ଜୋନ୍, ଅଶୋକ ମୀନା ଓ ଭାସ୍କର ଜ୍ୟୋତି ମିଶ୍ରଙ୍କୁ ଦକ୍ଷିଣ ପଶ୍ଚିମ ଜୋନର ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଅଂଚଳରେ କଣ୍ଟ୍ରାକ୍ଟ ଟ୍ରେସିଙ୍ଗ ସହ ଘରକୁ ଘର ବୁଲି ସର୍ଭିଲାନ୍ସ ଟିମ୍ କରୁଥିବା ସର୍ଭେ କାର୍ଯ୍ୟର ତଦାରଖ କରିବେ । ଗତକାଲି ରାଜଧାନୀର ବମିଖାଲ୍ କଣ୍ଟେନମେଣ୍ଟ ଜୋନରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସରକାରଙ୍କ ପକ୍ଷରୁ ସମ୍ଭବତଃ ଏହି ପଦକ୍ଷେପ ନିଆଯାଇଛି। ଏହା ସହ କଣ୍ଟେନମେଣ୍ଟ ଜୋନରେ ଥିବା ଲୋକଙ୍କ ପାଖରେ କିଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଂଚିବ ସେ ଉପରେ ଗୁରୁତ୍ୱ ଦେବେ ।ସେହିପରି କରୋନା ସଂକ୍ରମଣ ଯେଭଳି ନ ବ୍ୟାପେ ସେଥିପ୍ରତି ଅଧିକାରୀମାନେ ଗୁରୁତ୍ୱ ଦେବେ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରାଇବେ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ନମୂନା ପରୀକ୍ଷାକୁ ତ୍ୱରାନ୍ୱିତ କରାଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking