40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦରମା ବୃଦ୍ଧି ପରେ ବି ଚାକିରି ଛାଡ଼ିବାକୁ ଚାହୁଁଛନ୍ତି କର୍ମଚାରୀ, କାରଣ କ’ଣ ଜାଣନ୍ତୁ....

ଦରମା ବୃଦ୍ଧି ପରେ ବି ଚାକିରି ଛାଡ଼ିବାକୁ ଚାହୁଁଛନ୍ତି କର୍ମଚାରୀ, କାରଣ କ’ଣ ଜାଣନ୍ତୁ….

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି ବେକାରୀ ସମସ୍ୟା । ବେକାରୀ ସମସ୍ୟାକୁ ନେଇ କେତେବେଳେ ରାଜରାସ୍ତାକୁ ଓହ୍ଲାଉଛନ୍ତି ଯୁବକ ଯୁବତୀ ତ କେତେବେଳେ ଏହି ସମସ୍ୟାକୁ ନେଇ ରାଜନୀତି ସରଗରମ ରହୁଛି । ହେଲେ ବର୍ତ୍ତମାନର ଏକ ରିପୋର୍ଟ ଅନୁଯାୟୀ, ଯାହା ତଥ୍ୟ ଆସିଛି ତାହା ଆପଣଙ୍କୁ ଚକିତ କରିଦେବ । କାରଣ କର୍ମଚାରୀଙ୍କ ବେତନ ବୃଦ୍ଧି ପରେ ବି ୧୦୦% କର୍ମଚାରୀଙ୍କ ମଧ୍ୟରୁ ୪୦% କର୍ମଚାରୀ ଚାକିରି ଛାଡ଼ିବାକୁ ଚାହୁଁଛନ୍ତି । ଭାରତର ଆଇଟି କ୍ଷେତ୍ରରେ କାମ କରୁଥିବା ୨୭% କର୍ମଚାରୀ ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଥିବା ବେଳେ ଉତ୍ପାଦନ କ୍ଷେତ୍ରରେ ୩୧% ଶ୍ରମିକ ନିଜର କାମ ଛାଡ଼ିବାକୁ ଚାହୁଁଛନ୍ତି । ଯଦି ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହା ଦେଖା ଦେଖାଯାଏ ।

ତେବେ ୧୦ଜଣ ପୁରୁଷଙ୍କ ମଧ୍ୟରେ ୬ଜଣ ପୁରୁଷ ଚାକିରି ଛାଡ଼ିକୁ ଇଚ୍ଛୁକ ଥିବା ଜଣାପଡ଼ିଛି । ଏପରି ଏକ ତଥ୍ୟ ମ୍ୟାନେଜମେଣ୍ଟ କନସଲଟାନ୍ସି ଫାର୍ମ ନମାନ ଏଚ୍‌ଆର ପ୍ରକାଶ କରିଛନ୍ତି । ବିଭିନ୍ନ ଶିଳ୍ପର ୫ଶହରୁ ଅଧିକ ସଂଗଠନକୁ ଏକ ସର୍ଭେ କରାଯାଇଥିଲା । ଏବଂ ସର୍ଭେରେ ଶ୍ରମିକ ମାନେ କହିଁକି ଚାକିରି ଛାଡ଼ିକୁ ଚାହୁଁଛନ୍ତି ବୋଲି ଜାଣିବାକୁ ଚେଷ୍ଟା କରାଯାଇଥିଲା । ପରେ ପରେ ଦରମା ବୃଦ୍ଧି ବଡ଼ କାରଣ ହୋଇଥିବା ଜଣାପଡ଼ିଥିବା ବେଳେ ୧୫% କର୍ମଚାରୀ ରିପୋର୍ଟିଂ ମ୍ୟାନେଜର କାରଣରୁ ଚାକିରି ଛାଡ଼ିବାକୁ ଇଚ୍ଛୁକ ଥିବା କହିଥିଲେ । ଏଥି ସହିତ କର୍ମଚାରୀମାନେ କିଛି ଅନ୍ୟାନ୍ୟ କାରଣ ମଧ୍ୟ ଦର୍ଶାଇଥିବା ଜଣାପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking