ହାଥରସ ଗଣ ଦୁଷ୍କର୍ମ ଘଟଣା : ଯୋଗୀ ସରକାରଙ୍କ ଇସ୍ତଫା ଦାବୀ କଲା ଲକ୍ଷେ ଘର ଗଣ୍ଡା ସମାଜ

ବଲାଙ୍ଗିର: ଆଜି ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ସ୍ଥାନିୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୟୁପି ସରକାର ର ଦଳିତ ମାରଣ ନିତି ବିରୁଦ୍ଧରେ ବିକ୍ଷୋଭ ପ୍ରକାଶ କରିଛି । ସମାଜ ର ଶତାଧୀକ ଯୁବକ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ହାଥରସ୍ ରେ ଗଣ ଦୁଷ୍କର୍ମ ଓ ହତ୍ୟା ର ଶିକାର ହୋଇଥିବା ଦଳିତ ମନୀଷା ଭଉଣିଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବୀ କରିଛନ୍ତି । ୟୁପି ର ଯୋଗୀ ସରକାର ବିଭିନ୍ନ ଆଳରେ ଏହି ବର୍ବର ଘଟଣା ଚାପି ଦେବା ପାଇଁ ଷଡଯନ୍ତ୍ର କରୁଥିବା ଜଣା ପଡୁଛି । ଯାହା ସଂପୁର୍ଣ ଭାବେ ସମ୍ବିଧାନ ବିରୋଧୀ । ତେଣୁ ଏହି ଘଠଣା ରେ ମନୀଷା ଭଉଣୀଙ୍କୁ ନ୍ୟାୟ ଦେବା ତଥା ୟୁପି ରେ ଗଣତନ୍ତ୍ର ପ୍ରତିଷ୍ଟା କରିବା ପାଇଁ ଯୋଗୀ ସରକାର ଙ୍କ ଇସ୍ଥାଫା ଦାବୀ କରିବା ସହ ୟୁପିରେ ରାଷ୍ଟ୍ରପତି ଶାସନର ଦାବୀ କରିଛି ଳକ୍ଷେ ଘର ଗଣ୍ଡା ସମାଜ । ସମାଜ ତରଫରୁ ଏ ସଂକ୍ରାନ୍ତିୟ ଏକ ଦାବୀ ପତ୍ର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଗତ ୧୪ ତାରିଖରେ ଉତ୍ତର ପ୍ରଦେଶର ହାଥ୍ ରସ୍ ଠାରେ ଜଣେ ଦଳିତ ନାବାଳିକା ଙ୍କ ଗଣ ଦୁଷ୍କର୍ମ ହୋଇଥିଲା । ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁବୁର୍ତ୍ତମାନେ ଅତି ବର୍ବରତାର ସହିତ ଉକ୍ତ ନାବାଳିକା ର ଜିଭ କାଟି ଦେବା ସହ ତାର ବେକ ଓ ମେରୁଦଣ୍ଡ ହାଡ ଭାଙ୍ଗି ଦେଇଥିଲେ । ଦିର୍ଘ ୧୫ ଦିନ ମୃତ୍ୟୂ ସହିତ ସଂଘର୍ଷ କଲାପରେ ନାବାଳିକା ଜଣକ ଗତ ୨୯ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ପରେ ବି ଆସୁରିକ ପ୍ରବୁତ୍ତି ତାଙ୍କର ପିଛା ଛାଡି ନଥିଲା । ତାଙ୍କର ମୃତ ଦେହକୁ ନିୟମାନୁସାରେ ତାଙ୍କ ପରିବାର ବର୍ଗଙ୍କୁ ନଦେଇ , ୟୁପି ପୋଲିସ ପ୍ରସାଶନ ପ୍ରମାଣ ନଷ୍ଟ କରିବା ପାଇଁ ରାତି ଅଧିଆ ମୃତ ଦେହକୁ ଜାଳି ଦେଇଥିଲା । ଯାହା ଏହି ଘଟଣା ର ସମସ୍ତ ପ୍ରମାଣ ନଷ୍ଟ କରିବା ଉଦ୍ୟମରେ ୟୁପି ପୋଲିସ ଓ ପ୍ରଶାସନର ସଂପୃକ୍ତିକୁ ସର୍ବ ସମ୍ମୁଖକୁ ଆଣିଛି । ଏହି ଘଟଣା ରେ ପ୍ରଶାସନ ର ଆଭୀମୁଖ୍ୟ ଭାରତିୟ ସମ୍ବିଧାନ ପରିପନ୍ଥି ଓ ସମ୍ବିଧାନ ବିରୋଧୀ । ଏଣୁ ସମିତି ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଯୋଗୀ ସରକାର ଇସ୍ତାପା ତଥା ଉତ୍ତରପ୍ରଦେଶ ରେ ରାଷ୍ଟ୍ରପତି ଶାସନ ଦାବୀ କରୁଛି ବୋଲି ଲକ୍ଷେ ଘର ଗଣ୍ଡା ସମାଜ ଉନ୍ନୟନ ସମିତି ପଶ୍ଚିମ ଓଡିଶା ର ସଭାପତି ଓମ ପ୍ରକାଶ କୁମ୍ଭାର କହିଛନ୍ତି । ଆଜିର ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମାଜ ତରଫରୁ ସତ୍ୟେନ୍ଦ୍ର ସୁନା, ଜ୍ୟୋତିଶ ମୁଗ୍ରି,ସତ୍ୟ ନାଗ, ଫନିନ୍ଦ୍ର କୁମ୍ଭାର, ବିଡୁ କୁମ୍ଭାର, ଚଲ ସୁନା,ମନବୋଧ ହରପାଲ,ସମ୍ପଦ ବାବୁ, ଜନତା ନାଗ,ଭକ୍ତ ସୁନା,ଜ୍ୟୋତି ନାଗ, ଶ୍ରୀଧର ବାରିକ,ପ୍ରହଲ୍ଲାଦ କୁମ୍ଭାର ରିଙ୍କୁ କୁମ୍ବାର,ରାଜୁ ବାଗ,କାମ୍ବୁ ଜଗଦଲା, ଯୁଧିଷ୍ଟିର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here