27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଡିସ୍ ଟିଭି ଅଧ୍ୟକ୍ଷଙ୍କ ଇସ୍ତଫା

ଡିସ୍ ଟିଭି ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ : ଦେଶରେ ସାଟେଲାଇଟ୍ ଟିିଭି ସେବା ଯୋଗାଉଥିବା ଅନ୍ୟତମ କମ୍ପାନୀ ଡିସ୍ ଟିଭିର ଅଧ୍ୟକ୍ଷ ଜବାହାରଲାଲ ଗୋଏଲ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗକୁ ନେଇ କମ୍ପାନୀର ଅନ୍ୟତମ ବୃହତ ଅଂଶୀଦାର ୟେସ୍ ବ୍ୟାଙ୍କ ଲିମିଟେଡ୍ ଓ ଗୋଏଲଙ୍କ ପରିବାର ମଧ୍ୟରେ ବହୁଦିନରୁ ଆଇନଗତ ଲଢେଇ ଜାରି ରହିଛି । ଗୋଏଲଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରିବାକୁ ୟେସ୍ ବ୍ୟାଙ୍କ କର୍ତ୍ତୃପକ୍ଷ ଦାବି କରିଆସୁଥିଲେ । ତେବେ ୨୦୨୧ ଡିସେମ୍ବର ୩୦ରେ ଅନୁଷ୍ଠିତ ଡିସ୍ ଟିଭି ଏଜିଏମ୍‌ରେ କମ୍ପାନୀର ଅଂଶୀଦାରମାନେ ୟେସ୍ ବ୍ୟାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ । ଚଳିତମାସ ୨୬ରେ ଅନୁଷ୍ଠିତ ହେବାକୁ ଥିବା ଏଜିଏମ୍‌ରେ ଗୋଏଲ ତାଙ୍କର ଇସ୍ତଫାପତ୍ରକୁ ପରିଚାଳନା ବୋର୍ଡକୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking