30.1 C
Bhubaneswar
Wednesday, April 24, 2024
Homeଅପରାଧପୋଲ ତଳୁ ମୃତଦେହ ଉଦ୍ଧାର

ପୋଲ ତଳୁ ମୃତଦେହ ଉଦ୍ଧାର

ଢାକା: ଜଣାଶୁଣା ବାଂଲାଦେଶୀ ଅଭିନେତ୍ରୀ ରାଇମା ଇସଲାମ୍ ସିମୁଙ୍କ ମୃତଦେହ ଢାକା ନିକଟ ହଜରତପୁର ପୋଲ ତଳୁୁ ଉଦ୍ଧାର କରାଯାଇଛି । କିଛିଦିନ ପୂର୍ବରୁ ସେ ନିଖୋଜ ଥିଲେ । ପୁଲିସ୍ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ହତ୍ୟା ସନ୍ଦେହରେ ପୁଲିସ୍ ରାଇମାଙ୍କ ସ୍ୱାମୀ ସାକତ ଅଲ୍ଲୀ ଓ ତାଙ୍କ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ରାଇମା ବାଂଲାଦେଶ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ ଥିଲେ । ୪୫ ବର୍ଷୀୟା ଏହି ଅଭିନେତ୍ରୀ ଜଣକ ୧୯୯୮ ମସିହାରେ ‘ବର୍ତ୍ତମାନ’ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ । ୨୫ରୁ ଅଧିକ ଫିଲ୍ମରେ ଅଭିନୟ କରି ସେ ପ୍ରଶଂସକଙ୍କ ମନ କିଣି ସାରିଥିଲେ । ଏହାସହ ସେ ବାଂଲାଦେଶ ଫିଲ୍ମ ଆର୍ଟିଷ୍ଟ ଆସୋସିଏସନର ସକ୍ରିୟ ସଦସ୍ୟ ଥିଲେ । ଫିଲ୍ମ ଛଡ଼଼ା ସେ ଛୋଟ ପରଦାରେ ଅଭିନୟ କରୁଥିଲେ । କିଛି ଚଳଚ୍ଚିତ୍ରରେ ସେ ପ୍ରଯୋଜକ ଭାବେ କାମ କରିଛନ୍ତି ।

କିଛିଦିନ ପୂର୍ବରୁ ରାଇମା ନିଖୋଜ ହୋଇଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଢାକା ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲା । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା । ଆଜି ହଜରତପୁର ପୋଲ ତଳୁ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । ତାଙ୍କୁ ହତ୍ୟା ପରେ ସେଠାରେ ଫିଙ୍ଗା ଯାଇଥିବା ପୁଲିସ୍ ସନ୍ଦେହ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking