ମନ୍ଦିର ଖୋଲିବାକୁ ଅନୁରୋଧ

ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସେବାୟତ ମାନେ ଜିଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କୁ ଭେଟି ତୁରନ୍ତ ମନ୍ଦୀର ଖୋଲିବାକୁ ଅନୁରୋଧ କରିଛନ୍ତି । ନିକଟରେ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ ଜିଲାପାଳଙ୍କୁ ଦାୟିତ୍ୱ ଦେଇଛନ୍ତି । ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଜିଲାପାଳଙ୍କୁ ସେମାନଙ୍କ ଅଭାବ ଅସୁବିଧା ସଂପର୍କରେ ଜଣାଇଥିଲେ । ଦୀର୍ଘ ୭ ମାସ ହେଲା ମନ୍ଦୀର ବନ୍ଦ ରହିବା ପଂଳରେ ସେମାନେ କିଭଳି ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି ସେ ସଂପର୍କରେ ଅବଗତ କରିଥିଲେ । ଏ ନେଇ ଜିଲାପାଳ ଅବଗତ ହେବା ପରେ ଖୁବ ଶିଘ୍ର ମନ୍ଦୀର ଖୋଲିବା ନେଇ ନିଷ୍ପତି ନିଆଯିବ ବୋଲି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here