27.1 C
Bhubaneswar
Thursday, April 25, 2024
Homeଓଡିଶାଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ - ଗଣତନ୍ତ୍ର

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ – ଗଣତନ୍ତ୍ର

ଭୁବନେଶ୍ୱର : ଆମ୍ଭେମାନେ ପାଳନ କରୁଥିବା ରାଷ୍ଟ୍ରୀୟ ଶୁଭ ଦିବସ ଗୁଡ଼ିକ ମଧ୍ୟରେ ସାଧାରଣତନ୍ତ୍ର ଦିବସ ଗୋଟିଏ । ସ୍ୱାଧୀନତା ଦିବସ ପରି ଏହା ଏକ ପବିତ୍ର ଓ ମହାନ ଦିବସ । ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଏହି ଦିବସ ସମଗ୍ର ଭାରତରେ ମହାସମାରୋହରେ ଆନନ୍ଦ ଉଦ୍ଦିପନା ମଧ୍ୟରେ ପାଳିତ ହୁଏ । ଆମ ଦେଶ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧୀନତା ପାଇଲା । କିନ୍ତୁ ଆମ୍ଭେମାନେ ଇଂରେଜ ଶାସନାଧୀନ ଥିଲେ । ସେମାନଙ୍କ ଠାରୁ ପୂର୍ଣ୍ଣ ସ୍ୱାଧୀନତା ହାସଲକରି ନଥିଲେ ।

୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ଆମେ ପୂର୍ଣ୍ଣ ସ୍ୱାଧୀନତା ହାସଲ କଲେ । ଏହାପରେ ଆମ ଦେଶ ଏକ ଗଣତନ୍ତ୍ର ସାଧାରଣତଃ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହେଲା । ଅର୍ଥାତ୍ ଆମ ଦେଶର ଶାସନ ଭାର ଆମ୍ଭମାନଙ୍କ ନିୟନ୍ତ୍ରଣରେ ରହିଲା । ଆମର ନୂତନ ସମ୍ବିଧାନ ଏହିଦିନ କାର୍ଯ୍ୟକାରୀ ହେଲା । ଜାନୁଆରୀ ୨୬ ଦିନ ଆମ୍ଭେମାନେ ପୂର୍ଣ୍ଣ ସ୍ୱାଧୀନତା ପାଇଥିବାରୁ ୧୯୫୦ ମସିହା ଠାରୁ ଏହା ସାଧାରଣତନ୍ତ୍ର ଦିବସ ରୂପେ ପାଳିତ ହୋଇଆସୁଛି । ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଏକ ଜାତୀୟ ଦିବସ ରୂପେ ପାଳିତ ହୋଇଥାଏ । ରାଜଧାନୀ ଦିଲ୍ଲୀ ଏହି ପବିତ୍ର ଦିବସ ମହାସମାରୋହରେ ପାଳିତ ହୁଏ । ଇଣ୍ଡିଆ ଗେଟ ଠାରେ ଜଳସ୍ତର ଓ ଆକାଶବାହିନୀ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଏ । ତିନି ବାହିନୀ ମୁଖ୍ୟଙ୍କ ଠାରୁ ରାଷ୍ଟ୍ରପତି ଅଭିବାଦନ ଗ୍ରହଣକରନ୍ତି ।

କେବଳୁ ରାଜଧାନୀ ଦିଲ୍ଲୀରେ ନୁହେଁ, ଭାରତର ବିଭିନ୍ନ ରାଜ୍ୟର ରାଜଧାନୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସଦର ମହକୁମା , ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ଗୁଡିକରେ ସାଧାରଣତନ୍ତ୍ର ଦିବସ ପାଳିତ ହୁଏ । ଏହା ବ୍ୟତୀତ ପୃଥିବୀର ବିଭିନ୍ନ ଦେଶରେ ବସବାସ କରୁଥିବା ଭାରତୀୟ ମାନେ ମଧ୍ୟ ଏହି ଦିବସଟିକୁ ଅତ୍ୟନ୍ତ ଶ୍ରଦ୍ଧାରେ ପାଳନ କରନ୍ତି । ସାଧାରଣତନ୍ତ୍ର ଦିବସକୁ ଏକ ସଙ୍କଳ୍ପ ଦିବସ ରୂପେ ଗ୍ରହଣ କରାଯାଏ । ଏହା ଏକ ସମୀକ୍ଷାର ଦିବସ । ଆମ ଦେଶରୁ ଦାରିଦ୍ର‌୍ୟ, ଦୁର୍ନୀତି, ଅସ୍ପୃଶ୍ୟତା, ଅଶିକ୍ଷା, ଅଜ୍ଞାନତା ଏବଂ ବିଭିନ୍ନ ସମସ୍ୟା ଦୂରୀଭୂତ କରିବା ପାଇଁ ଛାତ୍ର, ଯୁବସମ୍ପଦ୍ରାୟ ତଥା ଏ ଦେଶର ନେତା ବର୍ଗ ଏହି ଅବସରରେ ଶପଥ ନିଅନ୍ତି । ଜାତୀୟ ପତାକା ତଳେ ଦେଶର ଉନ୍ନତି କଳ୍ପେ ଜୀବନ ଉତ୍ସର୍ଗ କରିବା ପାଇଁ ସଙ୍କଳ୍ପ କରାଯାଏ । ଯେଉଁ ବୀର ମହାପୁରୁଷ ଗଣ ଦେଶର ପୂର୍ଣ୍ଣ ସ୍ୱାଧୀନତା ଆନୟନ କରିବା ପାଇଁ ପ୍ରାଣପାତ କରିଥିଲେ । ସେମାନଙ୍କୁ ସ୍ମରଣ କରାଯାଇ ସେମାନଙ୍କର କାର୍ଯ୍ୟକଳାପ ଆଲୋଚନା କରାଯାଏ । ଭାରତ ଏକ ସାର୍ବଭୌମ ଧର୍ମନିରପେକ୍ଷ ସାଧାରଣତନ୍ତ୍ର ରାଷ୍ଟ୍ର । ସୁତରାଂ ଏହି ଦେଶରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ଆମ୍ଭମାନଙ୍କ ଭିତରେ କୌଣସି ପ୍ରକାର ଭେଦ ଭାବ ରହିବା ଉଚିତ ନୁହେଁ । ଆମେ ଗୋଟିଏ ମାଆର କୋଟି କୋଟି ସନ୍ତାନ । ସମସ୍ତଙ୍କର ଲକ୍ଷ୍ୟ ଓ ଆଦର୍ଶ କେବଳ ଦେଶ ଓ ଜାତି ପାଇଁ ଉଦ୍ଦିଷ୍ଟ ହେବା ବାଂଚ୍ଛନୀୟ । ସାଧାରଣତନ୍ତ୍ର ଦିବସରେ ଆମ୍ଭେମାନେ ଏହି ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking