27.1 C
Bhubaneswar
Friday, March 29, 2024
Homeଓଡିଶାକୋଭିଡ୍ କଟକଣାରେ ଗାନ୍ଧୀ ମାର୍ଗରେ ଚାଲିଛି ସାଧାରଣତନ୍ତ୍ର ଦିବସ ପରେଡ୍

କୋଭିଡ୍ କଟକଣାରେ ଗାନ୍ଧୀ ମାର୍ଗରେ ଚାଲିଛି ସାଧାରଣତନ୍ତ୍ର ଦିବସ ପରେଡ୍

ଭୁବନେଶ୍ୱର : ଆଜି ହେଉଛି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ ଅନୁଷ୍ଠିତ ହେଉଛି । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । ସେହିପରି ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ପରେଡରେ ବିଏସଏଫଙ୍କୁ ସାମିଲ କରାଯାଇଛି । ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଗତକାଲି ଏସଆରସିଙ୍କ ତରଫରୁ ଗାଇଡଲାଇନ୍ ଜାରି କରାଯାଇଥିଲା । ନିଜ ନିଜ ଘରମାନଙ୍କରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ମିଳିଥିବା ବଳେ ଅନୁଷ୍ଠାନଗୁଡ଼ିକରେ ୧୦ ଜଣଙ୍କୁ ଅନୁମତି ଦିଆଯାଇଥିଲା । ପରେଡ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା କରାଯାଇଥିଲା ।

୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ଏଥିରେ ନିୟୋଜିତ କରାଯାଇଥିଲା । ମୋଟ ୬୨ଟି ସିସିଟିଭି ଦ୍ୱାରା ଉତ୍ସବକୁ ନଜର ରଖାଯିବା ସହ ଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ସିଲ୍ କରାଯାଇଥିଲା । ଏଥିସହ ସାଧା ପୋଷାକ ଧାରୀ ପୋଲିସଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ୭୩ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking