30.1 C
Bhubaneswar
Wednesday, April 24, 2024
Homeଓଡିଶାମୟୁରଭଞ୍ଜ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ପାଳିତ

ମୟୁରଭଞ୍ଜ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ପାଳିତ

ମୟୂରଭଞ୍ଜ : ସାରା ଦେଶରେ ୭୧ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହେଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ପ୍ୟାରେଡ଼ ପଡ଼ିଆ ଠାରେ ପାଳିତ ହୋଇଯାଇଛି ସାଧାରଣ ତନ୍ତ୍ର ଦିବସ । ଓଡିଶା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ମନ୍ତ୍ରୀଙ୍କ ସହ ମୟୁରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ,ମୟୁରଭଞ୍ଜ ଏସ ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଏବଂ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପତାକା ଉତ୍ତୋଳନ ପରେ ମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ । ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ପ୍ୟାରେଡ଼ରେ ସ୍କୁଲ, କଲେଜ ସହିତ ବିଭିନ୍ନ ବିଭାଗରୁ ମୋଟ ୪୨ଟି ଦଳଭାଗ ଅଂଶଗ୍ରହଣ କରିଥିଲେ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନେ ଦେଶଭକ୍ତି ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଚିତାକର୍ଷକ ଢଙ୍ଗରେ ପ୍ରଦର୍ଶନ କରିଥିଲେ ।
https://onakhabar.com/2020/01/26/parade-in-gandhimarg-bhubaneswar/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking