27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦିଲ୍ଲୀ ରାଜପଥରେ ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥର ମେଢ଼

ଦିଲ୍ଲୀ ରାଜପଥରେ ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥର ମେଢ଼

ନୂଆଦିଲ୍ଲୀ: ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ଲିଙ୍ଗରାଜ ମନ୍ଦିର ସାଙ୍ଗକୁ ରୁକୁଣା ରଥ ଗଡିଛି । ଓଡ଼ିଶାର ମହାନ ଐତିହ୍ୟ ଓ ସଂସ୍କୃତିକୁ ଆଜି ସାରା ଦେଶ ଦେଖିଛି । ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ପଛରେ ଥିବା ପରମ୍ପରାକୁ ପ୍ରଜ୍ଞାପନ ମେଢ଼ରେ ଦର୍ଶାଯାଇଛି ଚଳିତବର୍ଷର ପ୍ରଜ୍ଞାପନ ମେଢ଼ ପ୍ରତିଯୋଗିତାରେ ଓଡ଼ିଶା ପଦକ ଜିଣିବା ଆଶା କରାଯାଉଛି ବୋଲି ମେଢ଼ ଡିଜାଇନ୍ କରିଥିବା ପ୍ରତିଷ୍ଠିତ ଶିଳ୍ପୀ ଗଜେନ୍ଦ୍ର ସାହୁ ଓ ଛତ୍ରପତି ବିଶ୍ୱାଳ କହିଛନ୍ତି। ଦୁଇ ଶିଳ୍ପୀଙ୍କ କହିବା ଅନୁଯାୟୀ ପୂର୍ବରୁ ରାଜପଥରେ ପ୍ରଦର୍ଶିତ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ତୁଳନାରେ ଚଳିତ ବର୍ଷର ପ୍ରଜ୍ଞାପନ ମେଢ଼ ଉତ୍ତମ କାରୁକାର‌୍ୟ୍ୟ ଓ ଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଇଛି।
ଆଜିର ପ୍ରଜ୍ଞାପନ ମେଢ଼ରେ ଓଡ଼ିଶାର ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରୁ ୩୦ ଜଣ ଶିଳ୍ପୀ ନୃତ୍ୟ ପରିବେଷଣ କରିଛନ୍ତି ।ଏହା ପୂର୍ବରୁ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେଇଥିବା ୧୭ ରାଜ୍ୟର କଳାକାରମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିବା ନୃତ୍ୟ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିଲା । ଓଡ଼ିଶା ଦ୍ଵାରା ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାକୁ ଜ୍ୟୁରି ଦ୍ଵାରା ଉଚ୍ଚ ପ୍ରଶଂସା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking