34.1 C
Bhubaneswar
Thursday, April 25, 2024
Homeଓଡିଶା‘ପଦ୍ମ’ ଉପାଧିରେ ବିଭୂଷିତ ହେବେ ଓଡ଼ିଶାର ୧୧ଜଣ

‘ପଦ୍ମ’ ଉପାଧିରେ ବିଭୂଷିତ ହେବେ ଓଡ଼ିଶାର ୧୧ଜଣ

ଭୁବନେଶ୍ୱର : ୭୧ତମ ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ୨୦୨୦ ବର୍ଷ ପାଇଁ ଦେଶର ବେସାମରିକ ନାଗରିକ ସମ୍ମାନ ‘ପଦ୍ମ’ ଉପାଧି ଲାଗି ମନୋନୀତ ବ୍ୟକ୍ତିମାନଙ୍କ ନାମ ଘୋଷଣା କରିଛନ୍ତି। ଏହି ସମ୍ମାନ ପାଇଁ ସମଗ୍ର ଦେଶରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସମୁଦାୟ ୧୧୮ ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୟନ କରାଯାଇଛି। ‘ପଦ୍ମ’ ସମ୍ମାନ ପାଇଁ ମନୋନୟନ ତାଲିକାରେ ରହିଛନ୍ତି ୧୧ଜଣ ଓଡ଼ିଆ। ଏଥିମଧ୍ୟରୁ ଓଡ଼ିଶାରୁ ୮ଜଣ ଥିବାବେଳେ ଓଡ଼ିଶା ବାହାରେ ଥିବା ୩ଜଣ ଏହି ସମ୍ମାନ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି।
ସଂପ୍ରତି ପୁଡ଼ୁଚେରୀସ୍ଥିତ ଶ୍ରୀମା’-ଅରବିନ୍ଦ ଆଶ୍ରମରେ ଅବସ୍ଥାନପୂର୍ବକ ସାହିତ୍ୟ ସାଧନାରେ ବ୍ରତୀ ଥିବା ବିଶିଷ୍ଟ ଶିକ୍ଷାବିତ୍ ମନୋଜ ଦାସଙ୍କୁ ‘ପଦ୍ମ ଭୂଷଣ’ ସମ୍ମାନ ପାଇଁ ମନୋନୀତ କରାଯାଇଥିବାବେଳେ ଅନ୍ୟ ୧୦ଜଣ ଓଡ଼ିଆ ‘ପଦ୍ମଶ୍ରୀ’ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଶିଷ୍ଠ ସମାଜସେବୀ, ପରିବେଶବିତ୍ ତଥା ପୂର୍ବତନ ରାଜ୍ୟ ସୂଚନା କମିସନର ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତୀ, ଜଣାଶୁଣା ସାନ୍ତାଳୀ ଲେଖିକା ଡକ୍ଟର ଦମୟନ୍ତୀ ବେଶ୍ରା, କଳା କ୍ଷେତ୍ରରୁ ଉତ୍ସବ ଚରଣ ଦାସ, ‘ରଂଗବତୀ’ ଗୀତର ଗୀତିକାର ମିତ୍ରଭାନୁ ଗଉନ୍ତିଆ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ବର୍ଗତ ମନମୋହନ ମହାପାତ୍ର, ବିଶିଷ୍ଠ ଗାଳ୍ପିକା ବୀଣାପାଣି ମହାନ୍ତି ଓ ପଶୁପାଳନ କ୍ଷେତ୍ରରୁ ବଟକୃଷ୍ଣ ସାହୁ ଥିବାବେଳେ ଚଣ୍ଡୀଗଡ଼ରେ ରହୁଥିବା ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡ. ଦିଗମ୍ବର ବେହେରା ଏବଂ ଆମେରିକାନିବାସୀ ଶିକ୍ଷାବିତ୍ ଓ ସାହିତ୍ୟିକା ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking