40.1 C
Bhubaneswar
Wednesday, April 24, 2024
Homeଅପରାଧବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ

ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ

ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମର ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ ଓ ପ୍ରତାରଣା କରିଥିବା ଥାନାରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୁଲିସ ଅଭିଯୋଗ ପାଇବା ପରେ କେଶ ନଂ ୨୬୩ /୨୨ ଦଫା ୩୭୬(୨)(ଏନ), ୩୭୬(୩), ୫୦୬, ୩୪, ପୋସ୍କୋ ୪(୨), ୬(୧) ବଳରେ ପ୍ରେମିକ ସୟା ପଞ୍ଚାୟତ ଅଧୀନ ବୀରବରପୁର ଗ୍ରାମର ଜିତେନ୍ଦ୍ର ମାଝୀ ଏବଂ ତାଙ୍କ ବାପା ଅମୂଲ୍ୟ ମାଝୀଙ୍କ ନାମରେ ଏକ ମାମଲା ରୁଜୁ କରିଛି ।

ଅଭିଯୋଗରୁ ପ୍ରକାଶ ଯେ, ମିର୍ଜାପୁର ଗ୍ରାମର ଜଣେ ନାବାଳିକା ୨୦୧୯ ମସିହାରେ ମେଟ୍ରିକ୍‌ ପରୀକ୍ଷାପରେ ତାଙ୍କ ମାଉସୀ ଘର ସୟା ପଞ୍ଚାୟତ ଅଧୀନ ବୀରବରପୁର ଗ୍ରାମକୁ ଘରୋଇ କାର୍ଯ୍ୟରେ ଯିବା ଆସିବା କରୁଥିଲେ । ଏହି ଯିବା ଆସିବା ସମୟରେ ଜିତେନ୍ଦ୍ର ନାବାଳିକାକୁ ପ୍ରେମ ସଂପର୍କ ରଖିବା ପାଇଁ କହୁଥିଲେ । ମାତ୍ର ନାବାଳିକା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ୨୦୧୯ ମସିହା ଏପ୍ରିଲ ମାସରେ ନାବାଳିକା ମାଉସୀ ଘରୁ ଅପରାହ୍ଣ ୪ଟା ସମୟରେ ଫେରୁଥିବା ବେଳେ ଜିତେନ୍ଦ୍ର ତାଙ୍କ ଘର ସମ୍ମୁଖରେ ଅଟକାଇ ଘରକୁ ଡାକିଥିଲେ । ନାବାଳିକା ମନା କରିବାରୁ ତାଙ୍କୁ ଜୋରଜବରଦସ୍ତ ଘରକୁ ଟାଣି ନେଇଥିଲେ । ନାବାଳିକା ପାଟି କରିଥିଲେ ମଧ୍ୟ ତାଙ୍କ ପାଟି କେହି ଶୁଣି ପାରିନଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଜିତେନ୍ଦ୍ର ତାଙ୍କୁ ବଳପୂର୍ବକ ଅନିଚ୍ଛା ସତ୍ତେ୍ୱ ଦୁଷ୍କର୍ମ କରିଥିଲେ । ଏହି ଦୁଷ୍କର୍ମ ସମୟରେ ଅଶ୍ଳୀଳ ଚିତ୍ର ଜିତେନ୍ଦ୍ର ତା’ର ମୋବାଇଲରେ ରେକର୍ଡ଼ କରିଥିଲା । ସେତେବେଳେ ନାବାଳିକା ଭୟଭୀତ ହୋଇ ଯାଇ ଘରେ ଜଣାଇ ଦେବାକୁ କହିଥିଲା । ଜିତେନ୍ଦ୍ର ଦୁଷ୍କର୍ମ ଚିତ୍ରକୁ ଦେଖାଇ ଘଟଣା ସମ୍ପର୍କରେ କାହାକୁ ନଜଣାଇବା ପାଇଁ ନାବାଳିକାକୁ ଭୟଭୀତ କରାଇଥିଲା । ଫଳରେ ବାଧ୍ୟ ହୋଇ ନାବାଳିକା ପରବର୍ତ୍ତୀ ସମୟରେ ତାଙ୍କ ଘରକୁ ଯିବା ଆସିବା କରିଥିଲା ।ଜିତେନ୍ଦ୍ରର ବାପା ଅମୂଲ୍ୟ ଘରେ ଥାଇ ସବୁ ଜାଣୁଥିଲେ ମଧ୍ୟ ପୁଅକୁ ସହଯୋଗ କରୁଥିଲେ । ଏହି ଘଟଣା ଅସହ୍ୟ ହେବାରୁ ନାବାଳିକା ଜିତେନ୍ଦ୍ରକୁ ବିବାହ କରିବାକୁ କହିଥିଲା । ହେଲେ ନାବାଳିକାର ୧୮ବର୍ଷ ହେଲେ ସେ ବିବାହ କରିବାକୁ କହି ଜିତେନ୍ଦ୍ର ଟାଳି ଦେଇଥିଲା । ନାବାଳିକାର ୧୮ବର୍ଷ ପରେ ବିବାହ କରିବାକୁ ନାବାଳିକା କହିଥିଲା । ଜିତେନ୍ଦ୍ରର ଭିଣୋଇ ନାବାଳିକାର ଘରକୁ ଆସି ବିବାହ ପ୍ରସ୍ତାବ ଦେଇଥିଲେ । ଉଭୟ ପରିବାର ଏହି ବିବାହ ପ୍ରସ୍ତାବରେ ରାଜି ହୋଇଥିଲେ । ଏହାର ସୁଯୋଗ ନେଇ ଜିତେନ୍ଦ୍ର ବାରମ୍ବାର ନାବାଳିକାର ଘରକୁ ଯାଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଏହି ଘଟଣା ୨୦୧୯ ମସିହା ଠାରୁ କ୍ରମାଗତ ଭାବେ ଚାଲି ଆସିଥିଲା । ଗତ ୨୦୨୧ ସେପ୍ଟେମ୍ବର ମାସ ୫ ତାରିଖରେ ଜିତେନ୍ଦ୍ର, ନାବାଳିକା ଓ ତା’ ମା ତାମିଲନାଡ଼ୁ ଯାଇ କାମ କରୁଥିଲେ । ଜିତେନ୍ଦ୍ରର ବାପା ଘରକୁ ଫେରି ଆସିବାକୁ କହିବାରୁ ସେହି ମାସ ୧୧ ତାରିଖରେ ସେମାନେ ଘରକୁ ଫେରି ଆସିଥିଲେ । ପରେ ଜିତେନ୍ଦ୍ରର ଭଉଣୀ ଭିଣୋଇ ନାବାଳିକାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଆସିଥିଲେ । ଗତ ୧୦.୬.୨୦୨୨ରେ ଲଗ୍ନ ଧାର୍ଯ୍ୟ କରିବାକୁ ସ୍ଥିର କରିଥିଲେ । ମାତ୍ର ୫ ତାରିଖ ଦିନ ଜିତେନ୍ଦ୍ର ଘର ଛାଡ଼ି ଫେରାର ହୋଇ ଯାଇଥିବା ଅଭିଯୋଗରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking