26.1 C
Bhubaneswar
Friday, March 29, 2024
Homeକରୋନାରେମଡେସିଭିର ବ୍ୟବହାର ପାଇଁ ମିଳିଲା ଅନୁମତି

ରେମଡେସିଭିର ବ୍ୟବହାର ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ରେମଡେସିଭିର ଓଷଧର ବ୍ୟବହାର ପାଇଁ ମିଳିଛି ଅନୁମତି । ଏହାର ବ୍ୟବହାର ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି । ଏହି ମେଡିସିନକୁ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇପାରିବ ବୋଲି ସରକାର କହିଛନ୍ତି । ଆମେରିକାରେ ଏହି ମେଡିସିନର ବ୍ୟବହାର ସଫଳ ହେବା ପରେ କେନ୍ଦ୍ର ସରକାର ଏବେ ଭାରତରେ ଏହାର ବ୍ୟବହାର କରିବା ପାଇଁ ଅନୁମତି ଦେଇଛନ୍ତି । ଆମେରିକାନ୍ ବାୟୋଫାର୍ମା ଜିଆଣ୍ଟ ଜିଲେଡ ସାଇନ୍ସ ଏହାକୁ ମ୍ୟାନୁଫ୍ୟାକ୍ଟର କରୁଥିବା ବେଳେ ମୁମ୍ବାଇର କ୍ଲାଇନେରା ଗ୍ଲୋବାଲ ସର୍ଭିସ ଦ୍ୱାରା ଆମଦାନୀ ହେବ ବୋଲି ସୂଚନା ରହିଛି । ବର୍ତମାନ ଭାରତରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଅସ୍ତବ୍ୟସ୍ତ ହୋଇ ପଡିଛି ଜୀବନ । ଏଥିରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । କରୋନା ଭ୍ୟାକସିନ ବାହାର କରିବା ନିମନ୍ତେ ସମସ୍ତ ରାଷ୍ଟ୍ର ଲାଗିପଡିଛନ୍ତି । ଏଥିରୁ କିପରି ରକ୍ଷା ପାଇବେ ସେଥିନେଇ ବୈଜ୍ଞାନିକମାନେ ନିଜ ଗବେଷଣା ଜାରି ରଖିଛନ୍ତି । ଆଉ କିଛି ମାସ ମଧ୍ୟରେ କରୋନା ଟୀକା ବାହାରି ଯିବ ବୋଲି କିଛି ଦେଶ ମଧ୍ୟ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ରେମଡେସିଭିର ଓଷଧ କିଛିକାଂଶରେ କରୋନା ରୋଗୀଙ୍କ ପାଇଁ ଫଳପ୍ରଦ ହେବ ବୋଲି କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking