33.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି ବନ୍ଦ ହେବ ଧାର୍ମିକ ଅନୁଷ୍ଠାନ

ପୁଣି ବନ୍ଦ ହେବ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର ଦୃଷ୍ଟିରୁ ବିଏମସି ଏକ ବଡ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁଯାୟୀ, ପୁଣି ବନ୍ଦ ହେବ ରାଜଧାନୀର ସମସ୍ତ ଧାର୍ମିକ ଅନୁଷ୍ଠାନ । ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି ରୋକ୍ । ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି ।  ଏବେ ଧାର୍ମିକ ଅନୁଷ୍ଠାନରେ କେବଳ ନୀତିକାନ୍ତିକୁ ଅନୁମତି ମିଳିବ । କଟକଣା ଲାଗୁ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସୂଚନାଯୋଗ୍ୟ ରାଜ୍ୟରେ ଏବେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଦୈନିକ ସଂକ୍ରମଣ ୪ ହଜାର ପାର୍ କଲାଣି । ରାଜଧାନୀ ଭୁବନେଶ୍ୱରରୁ ୪ଶହ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି । ସେଥିପାଇଁ ଧାର୍ମିକ ଅନୁଷ୍ଠାନରେ କେବଳ ନୀତିକାନ୍ତି ରକ୍ଷା ପାଇଁ ପୂଜା ହେବ । ବାକି ଭକ୍ତଙ୍କ ପ୍ରବେଶ ହୋଇପାରିବ ନାହିଁ । ସଂକ୍ରମଣରେ ବ୍ରେକ ଲଗାଇବାକୁ ବିଏମସି ଏହି ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking