34.1 C
Bhubaneswar
Thursday, April 25, 2024
Homeକରୋନାଭାରତୀୟ ପର୍ଯ୍ୟଟକଙ୍କୁ ଆଶ୍ୱସ୍ତି, କୋଭିସିଲ୍ଡକୁ ୯ ୟୁରୋପୀୟ ରାଷ୍ଟ୍ରଙ୍କ ସ୍ୱୀକୃତି

ଭାରତୀୟ ପର୍ଯ୍ୟଟକଙ୍କୁ ଆଶ୍ୱସ୍ତି, କୋଭିସିଲ୍ଡକୁ ୯ ୟୁରୋପୀୟ ରାଷ୍ଟ୍ରଙ୍କ ସ୍ୱୀକୃତି

ନୂଆଦିଲ୍ଲୀ : କୋଭିସିଲ୍ଡ ଟିକା ନେଇଥିବା ଭାରତୀୟ ପର୍ଯ୍ୟଟକଙ୍କୁ ୯ଟି ୟୁରୋପୀୟ ରାଷ୍ଟ୍ର ପ୍ରବେଶ ନିମନ୍ତେ ସ୍ୱୀକୃତି ପ୍ରଦାନ କରିଥିବା ଜଣାପଡିଛି । ଏହି ରାଷ୍ଟ୍ରଗୁଡିକ ହେଲା ଜର୍ମାନୀ, ସ୍ପେନ, ଅଷ୍ଟ୍ରିଆ, ଏଷ୍ଟୋନିଆ, ଗ୍ରୀସ, ଆୟରଲାଣ୍ଡ,ସ୍ଲୋଭେନିଆ, ସ୍ୱିଜରଲାଣ୍ଡ ଓ ଆଇସ୍‌ଲାଣ୍ଡ । ସୂଚନାଯୋଗ୍ୟ ପୂର୍ବରୁ ଆଷ୍ଟ୍ରାଜେନିକା (ଭାରତରେ କୋଭିସିଲ୍ଡ ନାମରେ ପରିଚିତ) ଟିକାକୁ ୟୁରୋପୀୟ ମେଡିସିନ ଏଜେନ୍ସି ଅନୁମୋଦନ କରିନଥିବାରୁ ଏହି ଟିକା ନେଇଥିବା ଭାରତୀୟ ପର୍ଯ୍ୟଟକଙ୍କ ଉପରେ ୟୁରୋପୀୟ ରାଷ୍ଟ୍ରସମୂହ କଟକଣା ଲାଗୁ କରିଥିଲେ । ବର୍ତ୍ତମାନ କୋଭିସିଲ୍ଡ ଟିକା ନେଇଥିବା ସାର୍ଟିଫିକେଟ ପ୍ରଦର୍ଶନ କରି ଭାରତୀୟ ପର୍ଯ୍ୟଟକ ଏହି ୯ଟି ୟୁରୋପୀୟ ରାଷ୍ଟ୍ରକୁ ଯାତ୍ରା କରିପାରିବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking