34.1 C
Bhubaneswar
Thursday, April 25, 2024
Homeଏକ୍ସକ୍ଲୁସିଭ୍ଆତ୍ମନିର୍ଭର ଭାରତର ୩.୦ ପ୍ୟାକେଜ ଘୋଷଣା କଲେ ଅର୍ଥ ମନ୍ତ୍ରୀ

ଆତ୍ମନିର୍ଭର ଭାରତର ୩.୦ ପ୍ୟାକେଜ ଘୋଷଣା କଲେ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କୋରନା ସମୟରେ କ୍ଷତିଗ୍ରସ୍ତ ହେଇଥିବା ଅର୍ଥନୀତିର ସୁଧାର ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଆଉ ଏକ ରିଲିଫ ପ୍ୟାକେଜ । ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଏହି ପ୍ୟାକେଜ ଘୋଷଣା କରିଛନ୍ତି । ଓ କହିଛନ୍ତି ଦେଶରେ କୋରନାର ପ୍ରଭାବ ଦିନକୁ ଦିନ କମ ହେଉଛି । ଅର୍ଥନିତୀର ଅବସ୍ଥା ସୁଧୁରିବା ଆରମ୍ଭ କରିଛି । ସରକାର ଆତ୍ମନିର୍ଭର ଭାରତ ୩.୦ ଯୋଜନା ଘୋଷଣା କରିବା ସହିତ ନୂଆ ନିଯୁକ୍ତି ଓ ରୋଜଗାର ସୃଷ୍ଟି ଦିଗରେ ପଦକ୍ଷେପ ନେଉଛନ୍ତି ।
ଜିଏସଟି ୧.୦୫ ଲକ୍ଷକୁ ବୃଦ୍ଧି ପାଇଛି । ଗତ ମାସରେ ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ହୋଇଛି । ଆସନ୍ତା ୩ ମାସରେ ଅର୍ଥବ୍ୟବସ୍ଥା ସୁଧୁରିବ । ବ୍ୟାଙ୍କ ଗୁଡ଼ିକ ଅଧିକ ରୂଣ ଦେଉଛନ୍ତି । ବିଦେଶୀ ପୁଞ୍ଜି ନିବେଶ ବଢିଛି । ରେଳ ରାଜସ୍ୱ ଆଦାୟରେ ବୃଦ୍ଧି ଘଟିଛି । ୧୨ ପ୍ରତିଶତ ଅଧିକ ବିଜୁଳି ବ୍ୟବହାର ବୃଦ୍ଧି ହୋଇଛି । ‘ମୁଡ଼ିଜ’ ମାନ୍ୟତାରେ ଉନ୍ନତି ହୋଇଛି । ତେବେ ଅର୍ଥନିତୀ ଆଗକୁ ସକରାତ୍ମକ ଭାବରେ ବୃଦ୍ଧି ପାଇବ ବୋଲି ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି ବୋଲିି ସୀତାରମଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking