26.7 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗରିଲିଫ ସାମଗ୍ରୀ ବଣ୍ଟନ କୁ ନେଇ ଅସନ୍ତୋଷ

ରିଲିଫ ସାମଗ୍ରୀ ବଣ୍ଟନ କୁ ନେଇ ଅସନ୍ତୋଷ

ଯାଜପୁର: ଯାଜପୁର ବ୍ଲକ ଏରବାଙ୍କ ପଂଚାୟତ ଇନ୍ଦରୋଇ ଗାଁ ରେ ରିଲିଫ ସାମଗ୍ରୀ ବଣ୍ଟନ କୁ ନେଇ ଅସନ୍ତୋଷ। ଅସନ୍ତୁଷ୍ଟ ଗ୍ରାମବାସୀ ଜିଲା ପ୍ରଶାସନ ର ଦ୍ୱାରସ୍ଥ ହୋଇ ଘଟଣା ର ତଦନ୍ତ କରିବାକୁ ଦାବି କରିଛନ୍ତି। ସୂଚନା ମୁତାବକ ରିଲିଫ ସାମଗ୍ରୀ କୁ ମୁଣ୍ଡ ପିଛା କମ ଦେବା ସହିତ ପରିବହନ ପାଇଁ ମଧ୍ୟ ବିପନ୍ନ ଙ୍କ ଠାରୁ ଅର୍ଥ ଆଦାୟ କରିବାକୁ ସ୍ଥାନୀୟ ସରପଞ୍ଚ ନିର୍ଦେଶ ଦେଇଥିଲେ । ଏହାକୁ କେତେକ ବ୍ୟକ୍ତି ବିରୋଧ କରି ରିଲିଫ ସାମଗ୍ରୀ ଗ୍ରହଣ କରିନଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଅନେକ ପ୍ରକୃତ ହିତାଧିକାରୀ ଙ୍କୁ ରିଲିଫ ସାମଗ୍ରୀ ବଣ୍ଟା ଯାଇନଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇ ଘଟଣା ର ତଦନ୍ତ କରିବାକୁ ନିବେଦନ କରାଯାଇଛି। ପ୍ରଶାସନ ରିଲିଫ ପାଇଁ କୌଣସି ଖର୍ଚ୍ଚ ଦେବାକୁ ପଡିବ ନାହିଁ ବୋଲି କହୁଥିବା ବେଳେ ଗ୍ରାମାଚଂଳରେ ହିତାଧିକାରୀଙ୍କ ଠାରୁ ଏପରି ଲୁଟର ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି ।  ଅନ୍ୟ ପଟେ ଅଧିକ ଚାଉଳ କାଟ ଏବଂ ଟଙ୍କା ଆଦାୟ ସଂପୂର୍ଣ୍ଣ ବେଆଇନ । ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking