30.1 C
Bhubaneswar
Wednesday, April 24, 2024
HomeUncategorizedଜିଓ ଓ ବିଏସଏନଏଲ ନମ୍ବରକୁ କଲ୍ କଲେ ମିଳିବ କୋରୋନାରୁ ମୁକ୍ତି ପାଇବାର ଉପାୟ

ଜିଓ ଓ ବିଏସଏନଏଲ ନମ୍ବରକୁ କଲ୍ କଲେ ମିଳିବ କୋରୋନାରୁ ମୁକ୍ତି ପାଇବାର ଉପାୟ

ନୂଆଦିଲ୍ଲୀ: କୋରୋନା ଭାଇରସ ପାଇଁ ଏବେ ସାରା ବିଶ୍ୱ ଚିନ୍ତିତ । ଏଥିରୁ ବର୍ତିବ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଏହାସହ ଭାରତ ମଧ୍ୟ ଏହି ଭାଇରସ ସହ ଲଢେଇ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣଉଛି । କାରଣ ଏ ଯାଏଁ ଦେଶରେ ୩୩ ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଏହାରି ଭିତରେ ଲୋକମାନେ କିପରି ଏଥିରୁ ବର୍ତିପାରିବେ ସେ ନେଇ ସେମାନଙ୍କୁ ଉପାୟ କୁହାଯାଉଛି । ତେବେ କୋରୋନା ଭାଇରସ ପାଇଁ ସଚେତନତା ଅଭିଯାନରୁ ବାଦ ପଡିନି ଟେଲିକମ୍ ସେକ୍ଟର । ଏହି ଅଭିଯାନରେ ଏବେ ସବୁଠୁ ଆଗରେ ଜିଓ ଓ ବିଏସଏନଏଲ ଆଗରେ ରହିଛି । ଦୁଇଟି ଯାକ କମ୍ପାନୀ ନିଜ କଲର ଟ୍ୟୁନ ପରିବର୍ତନ କରିଛି । ଏବେ ଯଦି ଆପଣ ଜିଓ କିମ୍ବା ବିଏସଏନଏଲ ନମ୍ବରକୁ କଲ୍ କରିବେ ତେବେ କୋରୋନାରୁ ରକ୍ଷା ପାଇବାର ଉପାୟ ଆପଣଙ୍କୁ ଶୁଣିବାକୁ ମିଳିବ । ଲୋକଙ୍କୁ ସଚେତନ କରାଇବା ପାଇଁ ଜିଓ ଏବଂ ବିଏସଏନଏଲ ଏଭଳି ପଦକ୍ଷେପ ନେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking