27.1 C
Bhubaneswar
Thursday, April 25, 2024
Homeଓଡିଶାକୋହଳ ହେଲା ଲକଡାଉନ ନିୟମ , ଆସନ୍ତୁ ଜାଣିବା କ’ଣ ରହିଛି ନୂଆ ନିୟମରେ

କୋହଳ ହେଲା ଲକଡାଉନ ନିୟମ , ଆସନ୍ତୁ ଜାଣିବା କ’ଣ ରହିଛି ନୂଆ ନିୟମରେ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ମାତ୍ରା ବଢିଚାଲିଛି । ଏଥିସହ ରାଜ୍ୟରେ ୪ଟି ଜିଲ୍ଲା ଯଥା ଖୋର୍ଦ୍ଧା , କଟକ , ଗଞ୍ଜାମ ଓ ଯାଜପୁର ଜିଲ୍ଲା ସହ ସୁନ୍ଦରଗଡ଼ର ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସଂକ୍ରମଣର ମାତ୍ରା ହୁହୁ ହୋଇ ବଢିଚାଲିଛି । ଏହି ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ଆଜି ରାତି ୯ଟାର ଆସନ୍ତା ୩୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକଡାଉନ କଟକଣା ଜାରି କରାଯାଇଛି । ତେବେ ଏହି ଲକଡାଉନ ଅବଧିରେ କେତେକ ସେବାକୁ ଜାରି ରଖିବା ନିମନ୍ତେ ସରକାର ନିୟମକୁ କୋହଳ କରିଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏକ ସଂଶୋଧିତ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।
ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ , ଟେଲିକମ୍ ଓ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀର କର୍ମଚାରୀଙ୍କ ସମେତ ମରାମତି ଦାୟିତ୍ୱରେ ଥିବା ଅଫିସର ଓ କର୍ମଚାରୀ ନିଜର ପରିଚୟ ପତ୍ର ଦେଖାଇ ଲକଡାଉନ ଅବଧିରେ ଯାତାୟତ କରିପାରିବେ । ଡାଟା ଓ କଲ୍‌ସେଣ୍ଟର କର୍ମଚାରୀଙ୍କୁ ମଧ୍ୟ ଲକଡାଉନରୁ ବାଦ ଦିଆଯାଇଛି । ବ୍ୟାଙ୍କ , ବୀମା , ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ସର୍ବାଧିକ ୨୫% କର୍ମଚାରୀଙ୍କ ମାଧ୍ୟମରେ ବ୍ୟାଙ୍କିଂ ଓ ଇଣ୍ଟରନେଟ ସେବା ପ୍ରଦାନ କରିବେ । ଏଥିସହ ସେବି ଦ୍ୱାରା ପଞ୍ଜିକୃତ କ୍ୟାପିଟାଲ ଓ ଡେବଟ ମାର୍କେଟ ସର୍ଭିସ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଭାରତସରକାରଙ୍କ ସିଏଜି ଅଫିସ ଓ ସେମାନଙ୍କର କ୍ଷେତ୍ରରୟ ଅଫିସ କେତେ କର୍ମଚାରୀଙ୍କୁ ନେଇ ଖୋଲିବ ତାହା ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଆକାରରେ ଜାରି କରାଯିବ । ଜାତିସଂଘର ଅଫିସ୍ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ସେହିପରି ଖଣି ଗିତବିଧିକୁ ମଧ୍ୟ ଲକଡାଉନ ପ୍ରକ୍ରିୟାରୁ ବାଦ ଦିଆଯାଇଛି।
ଏସବୁ ବ୍ୟତୀତ ଖାଦ୍ୟସାମଗ୍ରୀ ଯଥା ଫଳ , ମାଛ , ମାଂସ , ଅଣ୍ଡା ଦୋକାନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ମାଛ , ମାଂସ ଦୋକାନ ବା ହଙ୍କଳର ଯେ କୌଣସି ନୂଆ ସ୍ଥାନରେ ସ୍ଥାନୀୟ କର୍ତ୍ତୃପକ୍ଷ ଖେମାଲି ପାରିବେ । ଶୀତଳ ଭଣ୍ଡାର ,ଗୋଦାମ ଘର ଓ ପ୍ୟାକେଜିଂ ୟୁନିଟଗୁଡ଼ିକୁ ପରିବହନ ସମେତ ଲକଡାଉନ କଟକଣାରୁ ମୁକ୍ତ କରାଯାଇଛି । ସେହିପରି ଘରୋଇ ସୁରକ୍ଷା କର୍ମଚାରୀଙ୍କୁ ବାଦ ଦିଆଯାଇଛି । ଅଫ, ଅନ ମଦ ଦୋକାନୀ ଗୁଡ଼ିକୁ ହୋମ ଡେଲିଭରି ପାଇଁ ଅନୁମତି ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking