40.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି

ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି

ଭୁବନେଶ୍ୱର: ମାଡି ଚାଲିଛି କରୋନା । ଜୁଲାଇ ମାସରେ କରୋନା ତାର କରାଳ ରୂପ ଦେଖାଉଛି । ପ୍ରତିଦିନ ହଜାରେ ହଜାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସେତିକି ମୁଣ୍ଡ ମଧ୍ୟ ନେଉଛି କରୋନା । ଆଜି ରାଜ୍ୟରେ ମହାମାରୀ କରୋନା ଆଉ ୪ ମୁଣ୍ଡ ନେଇଛି । ଅନୁଗୁଳ ଜିଲ୍ଲାରୁ କରୋନା ଚିହ୍ନଟ ହୋଇଥିବା ଜଣେ ୬୬ ବର୍ଷୀୟ ବ୍ୟକ୍ତି ନ୍ୟୁରୋଏନିକରାଇନ ଟ୍ୟୁମରରେ ଆକ୍ରାନ୍ତ ଥିଲେ । ତାଙ୍କର ଆଜି ମୃତ୍ୟୁ ଘଟିଛି । ସେହିଭଳି ଗଂଜାମ ଜିଲ୍ଲାରୁ ଜଣେ ୫୭ ବର୍ଷୀୟ ପୁରୁଷ ଡାଇବେଟିସରେ ଆକ୍ରାନ୍ତ ଥିଲେ । ସେ ମଧ୍ୟ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ଆଉ ଜଣେ ଗଜପତି ଜିଲ୍ଲାରୁ ଚିହ୍ନଟ କରୋନା ରୋଗୀ ୫୬ ବର୍ଷୀୟ ପୁରୁଷ ହୋଇଥିବା ବେଳେ ସେ ଡାଇବେଟିସ ଏବଂ ହୃଦରୋଗରେ ବି ଆକ୍ରାନ୍ତ ଥିଲେ । ତାଙ୍କର ମଧ୍ୟ ଆଜି ମୁୃତ୍ୟୁ ଘଟିଛି । ଆଉ ଗୋଟିଏ କେସ ଗଂଜାମ ଜିଲ୍ଲାରୁ ରହିଛି । ଜଣେ ୬୦ ବର୍ଷୀୟ ବ୍ୟକ୍ତି କରୋନା ସହ କ୍ରୋନିକ କିଡନୀ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ସେ ବି ଆଜି ପ୍ରାଣ ହରାଇଛନ୍ତି । ଗଂଜାମରେ ଆଜି ୨ ଜଣଙ୍କ ମୃତ୍ୟୁ ସହ ସଂଖ୍ୟା ୫୦ ଛୁଇଁଛି । ଆଉ ୨ କରୋନା ଆକ୍ରାନ୍ତଙ୍କ କାରଣ ଭିନ୍ନ ଦର୍ଶାଇଛନ୍ତି ସରକାର । ଯାଜପୁରର ୬୨ ବର୍ଷୀୟ ମହିଳାଙ୍କ ମୃତ୍ୟୁର କାରଣ ଭିନ୍ନ ଦର୍ଶାଇଛନ୍ତି ସରକାର । ଭଦ୍ରକର ୫୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁର କାରଣ ମଧ୍ୟ ଭିନ୍ନ । କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ କାରଣରୁ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ।ଫଳରେ ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ଦିଆଯାଇଛି ।
 


 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking