27.1 C
Bhubaneswar
Thursday, April 25, 2024
Homeଓଡିଶାଆଜି ସର୍ବାଧିକ ଆଉ ୫ ମୁଣ୍ଡ ନେଲା କରୋନା : ମୋଟ ମୃତ୍ୟୁ ସଂଖ୍ୟା ୩୪କୁ...

ଆଜି ସର୍ବାଧିକ ଆଉ ୫ ମୁଣ୍ଡ ନେଲା କରୋନା : ମୋଟ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ଭୁବନେଶ୍ୱର : ଆଜି ରାଜ୍ୟରେ ସର୍ବାଧିକ ଆଉ ୫ ଆକ୍ରାନ୍ତ କରୋନାରେ ଆଖି ବୁଜିଲେ । ୫ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୩ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୩୪ଜଣ କରୋନାରେ ଆଖ ବୁଜିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।
ତେବେ ଆଜି ଆଖି ବୁଜିଥିବା ୫ ଜଣଙ୍କ ମଧ୍ୟରୁ ୨ ଜଣ ରାଜଧାନୀ ଭୁବନେଶ୍ୱରରେ ଅଟନ୍ତି । ଜଣେ ୫୧ ବର୍ଷୀୟ ପୁରୁଷ ପୂର୍ବରୁ ଯକ୍ଷ୍ମା ରୋଗରେ ପିଡ଼ୀତ ଥିଲେ । ଅନ୍ୟ ଜଣେ ୬୪ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଏହି ୨ ମୃତ୍ୟୁକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାର ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।
ସେହିପରି ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଯାହାକି ମୁଣ୍ଡି ବିନ୍ଧାର କାରଣ ପାଲଟିଛି । ଆଜି ଜିଲ୍ଲାରୁ ୩ ଜଣ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ଏଥିସହ ଜିଲ୍ଲାରୁ ସର୍ବାଧିକ ୨୦ ଜଣ କରୋନାରେ ଆଖି ବୁଜିଲେଣି । ଆଜି ମୃତ୍ୟୁବରଣ କରିଥିବା ସମସ୍ତେ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୫୦ , ୩୫ ଓ ୨୭ ଅଟେ । ୫୦ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପିଡ଼ୀତ ଥିଲେ ।


ଆଜି ରାଜ୍ୟରେ ୨୪ ଟି ଜିଲ୍ଲାରୁ ୪୯୫ଟି କରୋନା ପଜିଟଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୩୫୫ଟି କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୪୦ଟି କେସ୍ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ବର୍ତ୍ତମାନ ରାଜ୍ୟରେ ଆଜିର ଚିହ୍ନଟ ହୋଇଥିବା ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୮୬୦୧ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୫୭୦୫ ଜଣ ସୁସ୍ଥ ହୋଇଛନ୍ତି । ୩୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୮୫୩ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking