31.1 C
Bhubaneswar
Tuesday, April 23, 2024
Homeଓଡିଶାପ୍ରଦୂଷଣ ଯୋଗୁଁ କମୁଛି ଲୋକଙ୍କ ଆୟୁଷ: କୋଇଲା ଖଣିଯୋଗୁଁ ସୃଷ୍ଟି ହେଉଛି ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା

ପ୍ରଦୂଷଣ ଯୋଗୁଁ କମୁଛି ଲୋକଙ୍କ ଆୟୁଷ: କୋଇଲା ଖଣିଯୋଗୁଁ ସୃଷ୍ଟି ହେଉଛି ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା

ତାଳଚେର: ସର୍ବ ପ୍ରଥମେ ତାଳଚେର ଅଞ୍ଚଳରେ ରେଳପଥ ନିର୍ମାଣ କରାଯାଇ୧୯୨୭ ମସିହାରେ କୋଇଲା ଉତ୍ତୋଳନ କରାଯାଇ ବାହାରକୁ ରତ୍ପାନୀ କରାଗଲା । ୧୯୨୭ ମସିହାରୁ ଆଜି ୨୦୨୨ ମସିହାରେ ପଦାର୍ପଣ କରିଥିଲେ ମଧ୍ୟ ତାଳଚେରରେ ଆଶାତୀତ ଭାବେ ଜଙ୍ଗଲଜମି, ଗାଁଗଣ୍ଡା ଏମସିଏଲ ଅଧିଗ୍ରହଣ କରି କୋଇଲା ଖନନକରି ରାଜ୍ୟ ଓ କେନ୍ଦ୍ର ପ୍ରଚୁର ପରିମାଣରେ ରାଜସ୍ୱ ପାଉଥିଲେ ମଧ୍ୟ ଆଜି ତାଳଚେର ଜନସାଧାରଣଙ୍କ ମୌଳିକ ଅଧିକାର ଯଥା ଜଳ, ବାୟୁକୁ ଏପରିଭାବେ ପ୍ରଦ୍ୟୁଷଣ କରିଦିଆଯାଇଛି ଯେ, ଏଠାରେ ତ୍ରାହିତ୍ରାହି ଡ଼ାକ ଦେଉଥିଲେ ମଧ୍ୟ ଏଥିପ୍ରତି କେହି ହେଲେ ସାମାନ୍ୟତମ ଦୃଷ୍ଟି ଦେଉନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି ।

ଦେଶର ୧୨% କୋଇଲା ଅନୁଗୋଳ ଜିଲ୍ଳାରୁ ଉତ୍ପାଦିତ ହୋଇଥାଏ, ଯାହାକି ରାଜ୍ୟର ୫୬% ଏଠାରେ ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, ଷ୍ଟିଲ୍ ଆଲୁମିନିଅମ ଶିଳ୍ପ ଓ କୋଇଲା ଜନିତ ଇତ୍ୟାଦି ଛୋଟବଡ଼ କାରଖାନାମାନ ରହିଛି । ଯେଉଁଥିରୁ ଜିଲ୍ଳା ୬୧% ଜିଡ଼ିପି ଆସୁଛି, ହେଲେ ବିକାଶର ଯୋଗଦାନ ଦେଉଥିବା ଏହି ଅଞ୍ଚଳର ଲୋକମାନଙ୍କ ହାରାହାରି ବୟସ ୫୫ବର୍ଷକୁ ହ୍ରାସ ପାଇଛି ।
କେବେଳ ସେତିକି ନୁହେଁ କୋଇଲା ଖଣି ଅଞ୍ଚଳରେ କର୍କଟ ରୋଗୀଙ୍କ ସଂଖ୍ୟା ବହୁ ଅଧିକ ବୋଲି ଇଟଂରନ୍ୟାସନ୍ୟାଲ୍ ଫରମଫର୍ ଏନଭରମେଂଟ୍ ଷଷ୍ଟ ମେବିଲିଟି ଆଣ୍ଡ ଟେକ୍ନୋଲୋଜି (ଆଇ ଫରେଷ୍ଟ) ପକ୍ଷରୁ ପ୍ରକାଶିତ ଅନୁଗୋଳ ପ୍ଲାନିଙ୍ଗ୍ ଏଜଷ୍ଟ ଏନର୍ଜି ଟ୍ରାନଜିସନ୍ ଆଣ୍ଡ ଏ ନ୍ୟୁଗ୍ରୀନ୍ ଇକୋମିକ୍ ରିପୋର୍ଟ ଉନ୍ମୋଚନରେ ଯୋଗଦେଇଥିବା ବକ୍ତାମାନେ ମତପ୍ରକାଶ କରିଛନ୍ତି ।

ଆଇଫରେଷ୍ଟ ଅଧ୍ୟକ୍ଷ ଚନ୍ଦ୍ର ଭୂଷଣ ପ୍ରକାଶ କରିଥିଲେ ଯେ, ଆସନ୍ତା ୧୦ରୁ ୧୫ବର୍ଷ ପାଇଁ କୋଇଲା ଅନୁଗୋଳର ଅର୍ଥନୀତିକୁ ପ୍ରଭାବିତ କରିବ ଏଥିପାଇଁ ଜଳାବାୟୁ ପରିବର୍ତନ ମୁକାବିଲା ଲାଗି ଜଷ୍ଠଏନର୍ଜି ଟ୍ରାନଜିସନ୍ ଯୋଜନା ପ୍ରସ୍ତୁତି ଜରୁରୀ ହୋଇପଡ଼ିଛି ବୋଲି ଏହା ପ୍ରକାଶ କରିଛନ୍ତି । ଏଥିରେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ରିପୋର୍ଟ ଉନ୍ମୋଚନ କରି ଅନୁଗୋଳ ପରିଏକ ପ୍ରଦ୍ୟୁଷିତ ଅଂଳଚେର ସବୁଜ ଅର୍ଥନୀତି ସୃଷ୍ଟି ପାଇଁ ସରକାରୀ କଳସହ ସମ୍ପୃକ୍ତ ଖଣି ଓ ଶିଳ୍ପ ସଂସ୍ଥା ଗୁଡ଼ିକର ସହଯୋଗର ହାତବଢ଼ାଇବାକୁ ଆହ୍ୱାନ ଦେଇଥିଲେ ।

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମଧ୍ୟ ଏଥିରେ ଯୋଗଦେଇ କହିଥିଲେ ଯେ, କୋଇଲା ଖଣିଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି, ଗ୍ୟାଷ୍ଟିକ୍, ସ୍ନାୟୁ ଶ୍ୱାସପରି ଜଟିଳ ରୋଗୀଙ୍କ ସମସ୍ୟା ବଢ଼ୁଛି । କୋଇଲା ଖଣି ଅଂଳଚରେ କ୍ୟାନସର୍ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ, ଲୋକଙ୍କ ହାରାହାରି ଆୟୁଷ ୫୫ବର୍ଷକୁ ହ୍ରାସପାଇଛି । ମାତ୍ରାଧିକ ଜଳ,ବାୟୁ ଓ ଶଦ୍ଦ ପ୍ରଦ୍ୟୁଷଣର ଏହି ଅଞ୍ଚଳର ପରିବେଶ ଲାଗି କ୍ଷତିକାରକ ହୋଇପଡ଼ିଛି । ଏପରିକି, ଗାଈଗୋରୁ ଓ ବନ୍ୟଜନ୍ତୁଙ୍କ ଉପରେ ବି, ଏହାର ପ୍ରଭାବ ପଡ଼ୁଛି ।

ଏହି ବୈଠକ ମଧ୍ୟ ଅନୁଗୋଳ ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗଦେଇ କହିଥିଲେ ଯେ, ଅନୁଗୋଳରେ କୋଇଲା ଖଣି ବିସ୍ତାରିତ ହେଉଛି ତାହା କିଭଳି ଲୋକଙ୍କ ଜୀବନ ଜୀବୀକାକୁ ପ୍ରଭାବିତ ନକରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ତେବେ ତାଳଚେର ଅଞ୍ଚଳରେ ଯେଉଁ ପରିମାଣରେ ଜଙ୍ଗଲ ଜମି ନଷ୍ଟ କରି ଦିଆଯାଉଛି, ବର୍ତ୍ତମାନ ସେହି ତୁଳନାରେ ବ୍ୟାପକ ବୃକ୍ଷରୋପଣ କରାଯାଇ ପୂର୍ବବସ୍ଥାକୁ ଫେରାଇ ନଆଣିଲେ ଆଗାମୀ ଦିନରେତାଳଚେରବାସୀଙ୍କ ଅବସ୍ଥା କ’ଣ ଯେ ହେବ ତାହା ସମୟ ହିଁ କହିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking