26.1 C
Bhubaneswar
Friday, March 29, 2024
Homeଓଡିଶାରେଡ୍ ଜୋନରୁ ଆସିଥିବା ଶ୍ରମିକଙ୍କୁ ଗାଁରେ ରଖିଲେନି

ରେଡ୍ ଜୋନରୁ ଆସିଥିବା ଶ୍ରମିକଙ୍କୁ ଗାଁରେ ରଖିଲେନି

ପାଇକମାଳ : ଲକଡାଉନ୍ ସତ୍ତ୍ୱେ ପ୍ରବାସୀ ଓଡ଼ିଆମାନେ ଘରବାହୁଡ଼ା କରୁଥିବା ବେଳେ ଭଦ୍ରକରୁ ଦୁଇଟି ବସ୍‌ରେ ଶ୍ରମିକଙ୍କ ସହ ପିଲାଛୁଆ ମିଶି ମୋଟ ୩୬ ଜଣ ଆସୁଥିବା ନେଇ ଜାମସେଠ ବସଷ୍ଟାଣ୍ଡ ବସ ଅଟକି ଶ୍ରମିକମାନେ ଓହ୍ଲାଉଥିବା ବେଳେ ଜାମସେଠ ସରପଞ୍ଚ ପହଞ୍ଚିଥିଲେ । ଏପଟେ ଜାମସେଠ ପଞ୍ଚାୟତର ୧୭ ଶ୍ରମିକ ଗଞ୍ଜାମ ଆସ୍କାରୁ ବସ୍ ଯୋଗେ ଖପ୍ରାଖୋଲ ପହଞ୍ଚି ପିକଅପ୍ ଯୋଗେ ଆସି ଜାମସେଠ୍ ବସଷ୍ଟାଣ୍ଡରେ ଓହ୍ଲାଇଲା ପରେ ଭଦ୍ରକ ଓ ଗଞ୍ଜାମରୁ ଆସିଥିବା ସମସ୍ତଙ୍କୁ ପଚରାଉଚରା ସହ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସରପଞ୍ଚ ରମ୍ଭା ତାଣ୍ଡି ଚା, ଚୁଡ଼ା ସକାଳ ଜଳଖିଆ ପାଇଁ ବ୍ୟବସ୍ଥା କରିଥିଲେ ।
ସରପଞ୍ଚ କହିବା ଅନୁଯାୟୀ, ଗଞ୍ଜାମ ଓ ଭଦ୍ରକ ମୋଟ୍ ୫୩ ଜଣ ଜାମସେଠରେ ଉପସ୍ଥିତ ଥିଲେ ତନ୍ମଧ୍ୟରୁ ଗଞ୍ଜାମରୁ ୧୭ ଜଣ ଓ ଭଦ୍ରକରୁ ୩୬ ଜଣ ଅଛନ୍ତି । ଜାମସେଠ ପଞ୍ଚାୟତରେ ଜଣେ ଭଦ୍ରକ ସହିତ ୧୭ଜଣ ଗଞ୍ଜାମରୁ, ଛିନ୍ଦେଇକେଲା ପଞ୍ଚାୟତ ୨୧ ଜଣ ଭଦ୍ରକରୁ , ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ମୁଣ୍ଡାପଲା ପଞ୍ଚାୟତ ୧୦ ଜଣ ଭଦ୍ରକରୁ ଓ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ରେଙ୍ଗାଲି ପଞ୍ଚାୟତ ୪ ଜଣ ଭଦ୍ରକରୁ ବୋଲି କହିଛନ୍ତି । ରେଡ ଜୋନ୍ ଜିଲ୍ଲାରୁ ସମସ୍ତେ ଆସିଥିବାରୁ ଓ ନିଜ ନିଜ ଘରମାନଙ୍କରେ ପାଇଖାନା ଓ ଗାଧୁଆଘର ନଥିବାରୁ ସେମାନେ ହୋମ କ୍ୱାରେଣ୍ଟାଇନରେ ରହିବା ସମ୍ଭବ ନୁହେଁ । ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ପଞ୍ଚାୟତ ସରପଞ୍ଚମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ସମସ୍ତ ନେଇ କ୍ୱାରେଣ୍ଟାଇନରେ ରଖିବାକୁ କହିଥିଲେ । ଜାମସେଠ ପଞ୍ଚାୟତରେ ଶ୍ରମିକମାନଙ୍କୁ ଗଞ୍ଜାମ ରେଡ୍ ଜୋନରେ ଆସିଥିବାରୁ ସେମାନଙ୍କୁ ବିରୋଧ କରିବାରୁ ସ୍କୁଲ ଗୁଡିକରେ କ୍ୱାରେଣ୍ଟାଇନରେ ରହିବାକୁ କହିଛନ୍ତି । ଓଡ଼ିଶା ଭିତରେ ରେଡ୍ ଜୋନ ଅଞ୍ଚଳରେ କାମ କରୁଥିବା ଶ୍ରମିକମାନଙ୍କୁ ରେଜିଷ୍ଟ୍ରେସନର ସୁବିଧା କରାହେଲେ ସେମାନେ ଏହି ସରକାରୀ ସୁବିଧା ସୁଯୋଗ ପାଇ ପାରନ୍ତେ ବୋଲି ସରପଞ୍ଚ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking