ଖୁସି ଖବର : ରାଜ୍ୟରେ ଆଉ ୨୫୭୭ କରୋନା ଆକ୍ରାନ୍ତ ସୁସ୍ଥ

corona testing recovery

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୫୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧, ୩୦, ୨୯୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି କଟକରୁ ସର୍ବାଧିକ ୨୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ୧୩୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ୱର ଓ ସମ୍ବଲପୁରରୁ ୧୨୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ପୁରୀରୁ ୧୧୪ ଲେଖାଏଁ, ସୁନ୍ଦରଗଡ଼ରୁ ୧୧୧, ଅନୁଗୁଳରୁ ୧୦୮,ବଲାଙ୍ଗୀରରୁ ୧୦୩, ମୟୁରଭଞ୍ଜରୁ ୧୦୧, ବରଗଡ଼ରୁ ୯୭, ନୂଆପଡ଼ାରୁ ୯୦, ନବରଙ୍ଗପୁରରୁ ୮୧, କେନ୍ଦୁଝରରୁ ୭୪, ଜଗତସିଂହପୁରରୁ ୭୧, ଢେଙ୍କାନାଳରୁ ୬୯ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଓ ନୟାଗଡ଼ରୁ ୬୭ ଲେଖାଏଁ, ଝାରସୁଗୁଡ଼ାରୁ ୬୨, ମାଲକାନଗିରିରୁ ୫୭, କନ୍ଧମାଳରୁ ୪୯, ସୋନପୁରରୁ ୪୫, କଳାହାଣ୍ଡିରୁ ୩୯, ଗଞ୍ଜାମରୁ ୩୬, ବୌଦ୍ଧରୁ ୩୪,କୋରାପୁଟରୁ ୩୩, ଦେବଗଡ଼ରୁ ୨୩, ରାୟଗଡ଼ାରୁ ୧୯, ଗଜପତିରୁ ୧୩ ଓ ରାଜ୍ୟ ପୁଲରୁ ୧୫୫ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here