32.1 C
Bhubaneswar
Thursday, March 28, 2024
Homeଓଡିଶାଗଞ୍ଜାମରେ ଆରୋଗ୍ୟହାର ୭୮% କୁ ବୃଦ୍ଧି

ଗଞ୍ଜାମରେ ଆରୋଗ୍ୟହାର ୭୮% କୁ ବୃଦ୍ଧି

ଗଞ୍ଜାମ :ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏଥିରେ ସବୁଠାରୁ ଅଧିକ ଆକ୍ରାନ୍ତ ହେଉଥିବା ଜିଲ୍ଲା ହେଉଛି ଗଞ୍ଜାମ । ରାଜ୍ୟରୁ ଆଜି ୧୬୪୩ ପଜିଟିିଭ ବାହାରିଥିବା ବେଳେ ଗଞ୍ଜାମରୁ ୨୭୪ ଚିହ୍ନଟ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲାରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତକୁ ବୃଦ୍ଧି ପାଇଛି। ତିନି ଦିନ ତଳେ ଜିଲ୍ଲାରେ ଆକ୍ଟିଭ୍‌ କେସ୍‌ ଥିଲା ୩୭ ଶହରୁ ଅଧିକ। ଆଜି ଜିଲ୍ଲାରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୨ ହଜାର ପାଖପାଖି ରହିଛି। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ।
ସେ କହିଛନ୍ତି-“ସୁସ୍ଥ ହେଉଥିବା ଲୋକଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉନି। ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ୧ ହଜାର କୋଭିଡ୍‌ ବନ୍ଧୁ କାମ କରୁଛନ୍ତି। କୋଭିଡ୍‌ ବନ୍ଧୁ ହୋଇ ଲୋକଙ୍କୁ ସଚେତନ କରାଉଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ କାମ ଚାଲିଛି। ମଙ୍ଗଳବାର ସୁଦ୍ଧା ସରିଯିବ। ଗଞ୍ଜାମ ଜିଲ୍ଲାରେ କରୋନା ଏବେ ନିମ୍ନଗାମୀ ହେବା ଦେଖାଯାଉଛି।”
କରୋନାରୁ ସୁସ୍ଥ ହୋଇ ଫେରୁଥିବା ଲୋକମାନେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି । ଘରକୁଘର ଯାଇ ସର୍ଭେ କରାଯାଉଛି । ଲକ୍ଷଣ ନଲୁଚାଇ ଟେଷ୍ଟ କରିବାକୁ ଲୋକଙ୍କୁ ଆହ୍ୱାନ ଦିଆଯାଉଛି । ଆକ୍ରାନ୍ତ ଚିହ୍ନଟ ହେଲେ ସମ୍ପୃକ୍ତ ଅଞ୍ଚଳରୁ ଅବରୋଧ ଅଞ୍ଚଳ କରାଯାଉଛି । ଅବରୋଧ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରାଯାଉଛି । ଏବେ କରୋନା ଟେଷ୍ଟ ଗୁଣା ବଢିଛି । ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମୁଛି । ଆମ ପାଖରେ ୯୦ଟି ଆଇସିୟୁ ୟୁନିଟ ଅଛି । ଏହା ସହ ୭୨୫ ଅକ୍ସିଜେନ ସପୋର୍ଟ ବେଡ ରହିଛି । ଗଞ୍ଜାମରେ ୪୭୨ ଲୋକ ପ୍ଳାଜମା ଦାନ ପାଇଁ ଆଗକୁ ଆସିଛନ୍ତି । ୧୩୨ଟି ଆମ୍ବୁଲାନ୍ସ ଆମ ପାଖରେ ରହିଛି ।’
ସେଥିପାଇଁ ବାହାରକୁ ଗଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଲୋକମାନଙ୍କ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking