ବଡ଼ ଖବର : ଆଜି ରାଜ୍ୟରେ ସର୍ବାଧିକ ୭୫୫ ଆକ୍ରାନ୍ତ ଚିହ୍ନଟ , ମୋଟ ସଂଖ୍ୟା ଛୁଇଁଲା ୧୧୯୫୬କୁ

ଭୁବନେଶ୍ୱର : ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ସର୍ବାଧିକ ୭୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୪୭ ଜଣ ସ୍ଥାନୀୟ କେସ୍ ବୋଲି ଜଣାପଡ଼ିଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ ୧୧୯୫୬ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୭୪୦୭ ଜଣ ସୁସ୍ଥ ହୋଇଛନ୍ତି । ୪୪୭୬ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରୁ ୮୬ ଜଣ , ସୁନ୍ଦରଗଡ଼ରୁ ୬୨ ଜଣ ,ଖୋର୍ଦ୍ଧାରୁ ୫୯ ଜଣ ,କଟକରୁ ୫୫ ଜଣ , ଅନୁଗୁଳରୁ ୩ଜଣ , ବାଲେଶ୍ୱରରୁ ୯ଜଣ , ବରଗଡ଼ରୁ ଜଣେ ; ଭଦ୍ରକ, କନ୍ଧମାଳ , ସମ୍ବଲପୁରରୁ୨ଜଣ ଲେଖାଏଁ ,ବଲାଙ୍ଗୀର, ମୟୁରଭଞ୍ଜରୁ ୧୨ ଜଣ ଲେଖାଏଁ, ଦେଓଗଡ଼ ଓ ଢେଙ୍କାନାଳରୁ ୪ ଜଣ ଲେଖାଏଁ, ଗଜପତିରୁ ୩୦ ଜଣ, ଜଗତସିଂହପୁର , କେନ୍ଦ୍ରାପଡ଼ା, କୋରାପୁଟରୁ ୫ ଜଣ, କେନ୍ଦୁଝରରୁ ୩୨ ଜଣ , ମାଲକାନଗିରିରୁ ୧୮ ଜଣ , ନୟାଗଡ଼ରୁ ୧୬ ଜଣ, ପୁରୀରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ ମୋଟ ୧୧୯୫୬ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୭୪୦୭ ଜଣ ସୁସ୍ଥ ହୋଇଛନ୍ତି । ୫୬ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୪୪୭୬ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।