38.1 C
Bhubaneswar
Tuesday, April 23, 2024
HomeUncategorizedବନସ୍ତେ ଡ଼ାକିଲା ଗଜ , ବରଷକେ ଥରେ ଆସିଛି ରଜ....

ବନସ୍ତେ ଡ଼ାକିଲା ଗଜ , ବରଷକେ ଥରେ ଆସିଛି ରଜ….

ଭୁବନେଶ୍ୱର : ବନସ୍ତେ ଡ଼ାକିଲା ଗଜ , ବରଷକେ ଥରେ ଆସିଛି ରଜ…..
ତେବେ ଆସନ୍ତୁ ଜାଣିବା ଏହି ରଜ ପର୍ବ କ’ଣ ? ଓଡ଼ିଶାର ପାଳନ ହେଉଥିବା ପର୍ବ ମାନଙ୍କ ମଧ୍ୟରେ ରଜ ପର୍ବ ଅନ୍ୟତମ ଅଟେ । ଆଷାଢ ମାସରେ ୪ ଦିନ ଧରି , ସହର ଠୁ ଗାଁ ସବୁଆଡ଼େ ପାଳନ ହୋଇଥାଏ ଏହି କୃଷିଭତ୍ତିକ ପର୍ବ । ରାଜ୍ୟର କୋଣ ଅନୁକୋଣରେ , ପଶ୍ଚିମରୁ ପୂର୍ବ , ଉତ୍ତରରୁ ଦକ୍ଷିଣ ସବୁଆଡ଼େ ଖୁବ୍ ଧୁମ୍‌ଧାମ୍‌ରେ ଏହି ପର୍ବକୁ ପାଳନ କରିଥାନ୍ତି ବାଳିକା ଓ ନବ ବିବାହିତ ମହିଳାମାନେ ।
ଆମ ରାଜ୍ୟର ଲୋକେ ମାନନ୍ତି କି ପୃଥିବୀ ବା ଭୁଦେବୀ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ପତ୍ନୀ । ଯେତେବେଳେ ଗରମ ଦିନ ସରି ଆସୁଥାଏ ଏବଂ ବର୍ଷାର ଆଗମନ ହୋଇଥାଏ , ଠିକ୍ ସେହି ସମୟରେ ୪ ଦିନ ଧରି ରାଜ୍ୟରେ ରଜ ପର୍ବ ପାଳନ କରାଯାଇଥାଏ । ପୌରାଣିକ ମତାନୁଯାୟୀ , ଏହି ସମୟରେ ୪ ଦିନ ଧରି ଭୂଦେବୀ ରଜସ୍ୱଳା ହୋଇଥାନ୍ତି । ଏହି ସମୟରେ ୪ ଦିନ ପାଇଁ ଭୂଦେବୀଙ୍କ ଉପରେ କୌଣସି କାମ କରାଯାଇନଥାଏ । ଫଳରେ ଦେବୀ ବିଶ୍ରାମ ପାଇଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking