ବସୁମତୀ ସ୍ନାନରେ କୃଷକ କ’ଣ କରିଥାଏ

ଭୁବନେଶ୍ୱର: ରଜ ପର୍ବ ହେଉଛି ତିନି ଦିନର ଏକ ପର୍ବ । ରଜର ଦ୍ୱିତୀୟ ଦିନ ମିଥୁନର ସୌର ମାସ ଆରମ୍ଭ ହେବାକୁ ସୂଚିତ କରିଥାଏ । ଏହିଦିନଠାରୁ ବର୍ଷା ଆରମ୍ଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ରଜର ପୌରାଣିକ ଆଧାର କଣ ? ବସୁଧା ମା ଯିଏ ଭଗବାନ ବିଷ୍ଣୁଙ୍କର ପତ୍ନୀ ଅଟନ୍ତି, ଏହି ତିନି ଦିନ ସେ ମାସିକ ଧର୍ମ ପାଳନ କରଥାନ୍ତି ବୋଲି କୁହାଯାଏ । ରଜର ଚତୁର୍ଥ ଦୀନକୁ ବସୁମତୀ ଗାଧୁଆ ବୋଲି କୁହାଯାଏ । ଯେଉଁଥିରେ ଭୂଦେବୀଙ୍କୁ ସ୍ନାନ କରାଯାଏ । ‘ରଜ’ ଏହି ଶବ୍ଦଟି ରଜସ୍ୱାଳ ଶବ୍ଦରୁ ଆସିଛି । ଯାହାର ଅର୍ଛ ମାସିକ ଧର୍ମ ଦେଇ ଗତି କରୁଥିବା ମହିଳା । ମଧ୍ୟଯୁଗରେ ଏହି ପର୍ବଟି କୃଷିଭିତ୍ତିକ ଛୁଟି ରୂପେ ବିଖ୍ୟାତ ଥିଲା । ଯେଉଁଥିରେ ମାତା ଭୂଦେବୀଙ୍କୁ ପୂଜା କରାଯାଉଥିଲା । ଏହାଛଡା ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତ୍ନୀ ବୋଲି ବି କୁହାଯାଉଥିଲା । ମାତା ଭୂଦେବୀଙ୍କର ରୂପାର ଏକ ମୂର୍ତ୍ତି ଶ୍ରୀଜଗନ୍ନାଥଙ୍କ ନିକଟରେ ଏବେ ବି ଦେଖିବାକୁ ମିଳେ ।

ତେବେ ରଜର ଶେଷ ଦିନକୁ ବସୁମତୀ ସ୍ନାନ କୁହାଯାଏ । ବସୁମତୀ ସ୍ନାନକୁ ମହାଲକ୍ଷ୍‌ମୀଙ୍କ ସ୍ନାନ ବୋଲି ମଧ୍ୟ କୁହାଯାଏ । ଧରିତ୍ରୀ ଏବଂ ସଂପତ୍ତିକୁ ଦୁଇ ସମନ୍ୱୟ ର ଯଥାବିଧୀ ଉପାସନା କରିବାର ଦିନ ହେଉଛି ବସୁମତୀ ସ୍ନାନ । ଗାଣ ଗହଳିରେ ଏହାକୁ ଠାକୁରାଣୀ ଗାଧୁଆ ବୋଲି କୁହାଯାଏ । ନାରୀଟିଏ ରଜସ୍ୱଳା ହେବା ପରେ ଚତୁର୍ଥ ଦିନ ସେମାନେ ସୁଧସ୍ନାତା ହୋଇ ସବୁ କାର୍ଯ୍ୟ କରିଥାନ୍ତି, ଧରିତ୍ରୀମାତାକୁ ମଧ୍ୟ ସେହିଭଳି ଆମ ଉତ୍କଳୀୟମାନେ ସ୍ନାନ କରେଇଥାନ୍ତି । ଏହା ହେଉଛି ଏକ ଅନନ୍ୟ ପରମ୍ପରା । ଆଉ ଏହା ଉତ୍କଳ ମଧ୍ୟ ଗଣପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଥିପାଇଁ ଧନୀ ଗରିବ ନିର୍ବିଶେଷରେ ସମସ୍ତେ ଏହାକୁ ପାଳନ କରିଥାନ୍ତି । ଅତି ଆନନ୍ଦ ଉଲ୍ଲାସର ସହ ଏହାକୁ ପାଳନ କରି ଛୁଟି କଟାଇବା ପାଇଁ ମଧ୍ୟ ବାହାରୁ ଆସିଥାନ୍ତି । ରଜ ମଉଜର ଆସର , ଆଉ ତା ସହ ବିଭିନ୍ନ ପ୍ରକାରର ପିଠାପଣାର ବାସ୍ନା ଏହି ପର୍ବକୁ ଆହୁରି ଦ୍ୱିଗୁଣିତ କରିଥାଏ । ପୁରପଲ୍ଲୀରେ ସମସ୍ତେ ରଜକୁ ଅତି ଆନନ୍ଦର ସହ ପାଳନ କରିଥାନ୍ତି । ବସୁମତୀ ସ୍ନାନରେ ଆମେ ସମସ୍ତେ ମା ବସୁମତୀଙ୍କୁ ପୂଜା କରିଥାଉ । ଏହାସହ କୃଷକର ଆନନ୍ଦର ପର୍ବ ନୂତନ ବର୍ଷା, ଯାହା ବିଶେଷ ଭାବରେ କୃଷକମାନେ ଧରିତ୍ରୀକୁ ଭିଜିବା ଓ ଗୋ ସଂପତ୍ତିକୁ ରକ୍ଷା କରିବା, ଭୂମିକୁ ରକ୍ଷା କରିବା ଓ ଭୂମି କର୍ଷଣ କରିବାର ସବୁ ଉପାୟରେ ବଳଭଦ୍ରଙ୍କୁ ଏହି ପ୍ରାର୍ଥନା କରନ୍ତି ଯେ, ଏହି ବର୍ଷ ଆମମାନଙ୍କର ଫସଲ ଭଲ ହେଉ ।