38.1 C
Bhubaneswar
Tuesday, April 23, 2024
Homeମନୋରଞ୍ଜନସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ

ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ

ମୁମ୍ବାଇ : ଗତ ୧୪ ତାରିଖରେ ବଲିଉଡ଼ର ୟଙ୍ଗ ଷ୍ଟାର ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ । ତାଙ୍କର ମୃତ୍ୟୁକୁ ନେଇ ସବୁଆଡ଼େ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ମୃତ୍ୟୁର କୌଣସି କାରଣ ଜଣାପଡ଼ିନଥିବା ବେଳେ ଏବେ ଧୀରେ ଧୀରେ ତାଙ୍କ ମୃତ୍ୟୁର ଗୁମର ଫିଟୁଛି । ଆଉ ସେ କାରଣ ହେଲା ନେପୋଟିଜିମ୍ । ବଲିଉଡ଼ରେ ଚାଲିଛି ସ୍ୱଜନ ତୋଷଣ ବା ନେପୋଟିଜିମ୍ ବା ଭେଦଭାବ । ଏଭଳି ଭେଦଭାବ ପରିସ୍ଥିତି ପାଇଁ ବଲଇୁଡ଼୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲତି ଅନେକ ରାଜ ନେତା ଓ ଅଭିନେତା ସିଧାସଳଖ ଅଭିଯୋଗ କରିବା ସହ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ଶେଖର କପୁର , ଅଭିନବ କଶ୍ୟପ , ଅନୁଭବ ସିହ୍ନା , ରଣବୀର ସୁରୀ ଓ କଙ୍ଗନା ରଣାୱତଭଳି ବଲିଉଡ଼ର ଜଣାଶୁଣା ନିର୍ଦ୍ଦେଶକ , ଅଭିନେତା ଏହି ପ୍ରସଙ୍ଗ ଉପରେ ମତ ରଖିଛନ୍ତି । ଏଥିସହ ସଲମାନ୍ ଖାନ , କରନ୍ ଜୋହରଭଳି ବଡ଼ ବଡ଼ ଅଭିନେତା ଓ ନିର୍ଦ୍ଦଶକଙ୍କୁ ଦାୟୀ କରିବାକୁ ମଧ୍ୟ ପଛାଇ ନାହାନ୍ତି ।
ମାତ୍ର ୭ରୁ ୮ ବର୍ଷର କ୍ୟାରିୟର । ଗୋଟିଏ ଗୋଟିଏ ପାହାଜ ଚଢି ଯିବା ଭଳି ସୁଶାନ୍ତ ଇଣ୍ଡଷ୍ଟ୍ରି ଓ ଲୋକମାନଙ୍କୁ ଭେଟି ଦେଇଥିଲେ । ବିଶେଷ କରି ଗତ ବର୍ଷ ପରଦାକୁ ଆସିଥିବା ଫିଲ୍ମ ‘ଛିଛୋରେ’କୁ ବିପୁଳ ସଫଳତା ମିଳିଥିଲା । ମାତ୍ର ସ୍ଥିତି ଏମିତି ହେଲା ଯେ , ଏହି ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଥିବା ୭ଟି ଫିଲ୍ମ ତାଙ୍କ ହାତରୁ ଖସି ଯାଇଥିଲା । ଯାହାକୁ ନେଇ ସୁଶାନ୍ତ ଭାଙ୍ଗି ପଡ଼ିଥିଲେ । ଏନେଇ ରାଜନେତା ସଞ୍ଜୟ ନିରୁପମ ଟ୍ୱିଟ କରିଛନ୍ତି ।
ଏଥିସହ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଏକ ଭିଡିଓ ଜାରି କରି କହିଛନ୍ତି ଯେ ,ସୁଶାନ୍ତ ଏକ ଟ୍ୱିଟ ମାଧ୍ୟମରେ କହିଥିଲେ ଯେ , ମୋର କେହି ଗଡ଼୍ ଫାଦର ନାହାନ୍ତି । ମତେ କାହିଁକି ଏ ଇଣ୍ଡଷ୍ଟ୍ରି ଆପଣାଉ ନାହିଁ । ଏହି ଟ୍ୱିଟ୍‌କୁ ନେଇ କଙ୍ଗନା ପ୍ରଶ୍ନ କରିଛନ୍ତି ଏହା କଣ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ନୁହେଁ କି!ର୍ ‘ଗଲିବୟ’ ଭଳି ଫିଲ୍ମକୁ ପୁରସ୍କାର ମିଳୁଛି । କିନ୍ତୁ ‘ଛିଛୋରେ’କୁ ନୁହେଁ ।
ସୋନ ଚିଡ଼ିୟା ରେ ସୁଶାନ୍ତଙ୍କ ସହ ଅଭିନୟ କରିଥିବା ଅଭିନେତା ରଣବୀର ସୁରୀ କହିଛନ୍ତି ଯେ, ବଲିଉଡ଼ ରେ କିଏ ତାରକା ହେବ ତାର ନିଷ୍ୱତ୍ତି ବଲିଉଡ଼ର ସଂଭ୍ରାନ୍ତ କ୍ଲବ ନିଏ । ଅଭିନେତ୍ରୀ ଉର୍ମିଲା ମାତୋଣ୍ଡାକର ମଧ୍ୟ ଏହି ନେପୋଟିଜମ୍ ବିଷୟରେ ପ୍ରଶ୍ନ ଉଠାଇଛନ୍ତି ।
ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ବର୍ତ୍ତମାନ ୫ ପ୍ରଯୋଜନା ସଂସ୍ଥାକୁ ସମନ୍ ପଠାଯାଇଛି । ସେମାନଙ୍କର ମତାମତ ରେକର୍ଡ଼ କରାଯିବ ବୋଲି ପୋଲିସ ତରଫରୁ ଜଣାପଡ଼ିଛି । ସୁଶାନ୍ତ ଚୁକ୍ତିବଦ୍ଧ କରିଥିବା ୭ଟି ଫିଲ୍ମ ତାଙ୍କ ହାତରୁ ଖସିଗଲା କାହିଁକି ସେ ବିଷୟରେ ପଚରାଉଚୁରା କରାଯିବ ବୋଲି ସୂଚନା ମିଳିଛି ।
କରନ୍ ଜୋହର , ସଲମାନ ଖାନ ଓ ଏକତା କପୁରଙ୍କ ସହ ୮ ଜଣଙ୍କ ବିରୋଧରେ ଆଡ଼ଭୋକେଟ ସୁଧୀର କୁମାର ଓଝା ଏତଲା ଦେଇଛନ୍ତି । ନେପୋଟିଜିମ୍ କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବିହାର ର କେତେକ ସ୍ଥାନରେ କରନ୍ ଜୋହର , ସଲମାନ ଖାନ ଓ ଏକତା କପୁରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking