ମୁମ୍ବାଇ: ପାର୍ବଣ ଋତୁର ଆରମ୍ଭ ହେବାକୁ ଯାଉଛି । ଦଶହରା, ଦୀପାବଳି ଓ ନୂଆବର୍ଷ ପୂର୍ବରୁ ଅନେକ ଲୋକ ଅନେକ କିଛି କିଣାକିଣି କରିବେ । ଏହି ସୁଯୋଗର ସୁବିଧା ଉଠାଇବା ପାଇଁ ଫ୍ଲିପ୍କାର୍ଟ ଓ ଆମାଜନ୍ ଅନେକଗୁଡ଼ିଏ ବ୍ରାଣ୍ଡ୍ର ସମାଗ୍ରୀକୁ ନେଇ ପ୍ରସ୍ତୁତ ହେଉଛନ୍ତି । ପାର୍ବଣ ଋତୁ ପୂର୍ବରୁ ଫୋନ୍ବ୍ରାଣ୍ଡ୍‘ରିୟଲ୍ ମି’ ଘୋଷଣା କରିଛି ଯେ ପ୍ରାୟ ୮୦୦ କୋଟି ଟଙ୍କାର ରିହାତି ଓ ଅଫର ଗ୍ରାହକଙ୍କୁ ପ୍ରଦାନ କରାଯିବ । ରିୟଲ୍ମି ପକ୍ଷରୁ ମିଳୁଥିବା ଏହି ରିହାତିର ଫାଇଦା ସ୍ମାର୍ଟଫୋନ୍, ଅଡିଓ ଟାବ୍ଲେଟ୍ ଓ ଅନ୍ୟ ଗ୍ୟାଜେଟ୍ ଉପରେ ଉଠାଇ ହେବ । ତେବେ କମ୍ପାନି ପକ୍ଷରୁ ମିଳୁଥିବା ଏହି ଅଫର କେବଳ ରିୟଲ୍ମି ଡଟ୍ କମ୍ରେ ସୀମିତ ନାହିଁ ।
ବରଂ ଫ୍ଲିକ୍କାର୍ଟ ଓ ଆମାଜନ୍ରେ ବି ଏହି ଫୋନ୍ ଉପରେ ରିହାତି ଗ୍ରାହକଙ୍କୁ ମିଳିବ । ଏହି ସୂଚନା ନିଜେ କମ୍ପାନି ପ୍ରଦାନ କରିଛି । ଏପଟେ ପାର୍ବଣକୁ ଦୃଷ୍ଟିରେ ରଖି ଫ୍ଲିପ୍କାର୍ଟର ବିଗ୍ ବିଲିୟନ୍ ଡେଜ୍ ସେଲ୍ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ଏହି ସେଲ୍ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର ସବୁ ମିଳିବାକୁ ଯାଉଛି । ଏଥିରେ କମ୍ପାନି ବିଭିନ୍ନ ବ୍ରାଣ୍ଡ୍ର ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରିବାକୁ ଯାଉଛି । ବିଲିୟନ୍ ଡେଜ୍ ସେଲ୍-୨୦୨୩ ପାଇଁ କମ୍ପାନି ଏକ ଟିଜର ଜାରି କରିଛି । ତେବେ ଇ-କମର୍ସ ସାଇଟ୍ ପକ୍ଷରୁ ଏପର୍ଯ୍ୟନ୍ତ ସେଲ୍କୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଏହା ହେବ କମ୍ପାନିର ୧୦ମ ବିଗ୍ ବିଲିୟନ୍ ଡେଜ୍ ସେଲ୍ । ଏଥିରେ ସେଲ୍ଫୋନ୍ରୁ ନେଇ ଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ବମ୍ପର ଅଫର ପ୍ରଦାନ କରିବାକୁ ଯାଉଛି ଫ୍ଲିପ୍କାର୍ଟ । ଡିସ୍କାଉଣ୍ଟ୍ରୁ ନେଇ ନୋ କଷ୍ଟ୍ ଇଏମ୍ଆଇ, ଏକ୍ସଚେଞ୍ଜ୍ ଅଫର ଓ ଅନ୍ୟାନ୍ୟ ସୁବିଧା ବି ମିଳିବ ଏଥର ସେଲ୍ରେ ।