ବିନା ଇଣ୍ଟରନେଟରେ କେମିତି ଟଙ୍କା ପଠାଇବେ ପଢନ୍ତୁ

ନୂଆଦିଲ୍ଲୀ : ଦିନକୁ ଦିନ ଭାରତ ଡ଼ିଜିଟାଲାଇଜେସନ ହେବାରେ ଲାଗିଛି । ସବୁ କାମ ଘରେ ବସି ହୋଇଯାଉଛି । ପଇସା କାରବାରଠୁ ଆରମ୍ଭ କରି ସମସ୍ତ ଅତ୍ୟାବଶକୀୟ କାମ ବି ଘରେ ବସି ଫୋନ ରେ ହେଇଯାଉଛି । ତେବେ ଆମେ ସମସ୍ତେ ତା ଫୋନ ପେ ଗୁଗୁଲ ପେ ରେ ଟଙ୍କା କାରବାର କରୁଥିବେ । ହେଲେ ଏଥିପାଇଁ ଆମକୁ ନେଟ ଦରକାର ହୋଇଥାଏ ।  ହେଲେ ଆଜି ଆମେ ଆପାଣଙ୍କୁ ବିନା ଇଣ୍ଟରନେଟ ରେ କେମିତି ଟଙ୍କା କାରବାର କରିବେ ତାହା ବତାଇବୁ ।

ଏହି ପ୍ରକ୍ରିୟାର ଲାଭ ଉଠାଇବାକୁ ଆପଣଙ୍କ ଫୋନରେ BHIM ଆପ୍ ରହିବା ବାଧ୍ୟତାମୂଳକ । ଏହା ପରେ ଆପଣ BHIM ଆପରେ ଥରେ ପଞ୍ଜୀକରଣ ସାରି ନିଅନ୍ତୁ, କେବଳ ସେତେବେଳେ ଯାଇ ଆପଣ ଅଫଲାଇନ୍ କିମ୍ବା ଇଣ୍ଟରନେଟ୍ ବିନା କାରବାର କରିପାରିବେ ।

ଇଣ୍ଟରନେଟ୍ ବିନା ୟୁ ପି ଆଇ ବ୍ୟବହାର କରିବାକୁ ଆପଣଙ୍କୁ ନିଜ ଫୋନର ଡାଏଲର୍ ରେ * 99 # କୋଡ୍ ପ୍ରବେଶ କରିବାକୁ ପଡିବ ।

ଆପଣଙ୍କ ଫୋନର ସ୍କ୍ରିନରେ ଏକ ମେନୁ ନେଭିଗେଟ୍ ହେବ, ଯେଉଁଥିରେ ସାତଟି ବିକଳ୍ପ ଦେଖାଯିବ । ଏହି ବିକଳ୍ପଗୁଡ଼ିକ ଟଙ୍କା ପଠାଇବା, ଟଙ୍କା ଗ୍ରହଣ କରିବା, ଚେକ୍ ବାଲାନ୍ସ, ମାଇ ପ୍ରୋଫାଇଲ୍, ପେଣ୍ଡିଂ ରିକ୍ୱେଷ୍ଟ, ଟ୍ରାଞ୍ଜେକସନ ଏବଂ ୟୁ ପି ଆଇ PIN ହେବ ।

ଏହା ପରେ ଆପଣଙ୍କ ଫୋନର ଡାଏଲ୍ ପ୍ୟାଡରେ ୧ ନମ୍ବର ଦବାନ୍ତୁ । ତାପରେ ଆପଣ ଆପଣଙ୍କର ଫୋନ୍ ନମ୍ବର, ୟୁ ପି ଆଇ ଆଇଡି , କିମ୍ବା ଆପଣଙ୍କର ଆକାଉଣ୍ଟ୍ ନମ୍ବର ଏବଂ IFSC ବ୍ୟବହାର କରି ଟଙ୍କା ପଠାଇବାକୁ ସମର୍ଥ ହେବେ ।

ଯଦି ଆପଣ ୟୁ ପି ଆଇ ଆଇଡି ମାଧ୍ୟମରେ ଟଙ୍କା ପଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରାପ୍ତକର୍ତ୍ତାଙ୍କ ୟୁ ପି ଆଇ ଆଇଡି ପ୍ରବେଶ କରିବାକୁ ପଡିବ ।

ତାପରେ ଆପଣ ପଠାଇବାକୁ ଚାହୁଁଥିବା ରାଶି ପ୍ରବେଶ କରନ୍ତୁ, ଏବଂ ତାପରେ ଆପଣଙ୍କର ୟୁ ପି ଆଇ PIN ନମ୍ବର ପ୍ରବେଶ କରନ୍ତୁ ।

LEAVE A REPLY

Please enter your comment!
Please enter your name here