ଭୁବନେଶ୍ୱର : ଜନବିରୋଧୀ କାମ ଅଭିଯୋଗରେ ଦଳରୁ ବହିଷ୍କାର ହେବାପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେ କୌଣସି ଜନବିରୋଧୀ କାର୍ଯ୍ୟ କରିନାହାନ୍ତି ବୋଲି କହିଛନ୍ତି ପ୍ରଦୀପ। ଦଳ ତରଫରୁ ଯେଉଁ କାର୍ଯ୍ୟ ଦିଆଯାଇଛି ତାକୁ କରିଛି ବୋଲି କହିଛନ୍ତି ପ୍ରଦୀପ । ସେ କିପରି ଦଳର ପାର୍ଥିଙ୍କୁ ହରାଇବାରେ ଚେଷ୍ଟା କରିଛନ୍ତି ତାର ଉତ୍ତର ମାଗିଛନ୍ତି ପ୍ରଦୀପ । ତାଙ୍କ ସହ ସାମିଲ ଥିବା ଲୋକମାନଙ୍କୁ ପଚରାଉଚରା କରିବାକୁ ଦାବି କରିଛନ୍ତି ପ୍ରଦୀପ ।
ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ନେଇ ବୟାନ ରଖିଲେ ପ୍ରଦୀପ ପାଣିଗ୍ରାହୀ – ଆକାଶ ଆଇଟିଆରର ଛାତ୍ର, ରୋମାନିଆରେ କାମ କରୁଥିଲେ। ମା’ଙ୍କ ଅସୁସ୍ଥତା ଯୋଗୁଁ ଓଡ଼ିଶା ଫେରି ଆସିଥିଲେ ଆକାଶ। ୨୦୧୬ରେ ଜିମେଟ୍ରେ ସବୁଠୁ ଅଧିକ ନମ୍ବର ରଖିଥିଲେ। ଏହାପରେ ଟାଟା ଗ୍ରୁପ୍କୁ ମନୋନୀତ ହୋଇଥିଲେ। କଂପାନୀ ତରଫରୁ ଆକାଶଙ୍କୁ ଚାର୍ଟର ପାଇଁ ଅନୁମତି ରହିଛି। ଆକାଶଙ୍କ ବାପା ଅଭୟକାନ୍ତ ପାଠକ ରାଜ୍ୟର ଜଣେ ଦକ୍ଷ ଅଫିସର। କିନ୍ତୁ ଅଭୟକାନ୍ତଙ୍କୁ ସରକାରୀ କ୍ୱାର୍ଟର୍ସ ଦିଆଯାଇ ନଥିଲା।