29.1 C
Bhubaneswar
Wednesday, April 24, 2024
Homeଓଡିଶାପହଂଚିଲା ଇଜିପ୍ଟ ପିଆଜ

ପହଂଚିଲା ଇଜିପ୍ଟ ପିଆଜ

ଭୁବନେଶ୍ୱର: ଓଡ଼ିଶା ବଜାରରେ ପହଂଚିଛି ଇଜିପ୍ଟ ପିଆଜ । ଦେଶରେ ପିଆଜର ମୂଲ୍ୟ ଆକାଶ ଛୁଆଁ ହେବା ପରେ ପ୍ରାୟ ଅଧିକାଂଶ ଲୋକ ପିଆଜ କିଣିବା କମେଇ ଦେଇଛନ୍ତି । ବର୍ତ୍ତମାନ ବଜାରରେ ପିଆଜର ମୂଲ୍ୟ କିଲୋପିଛା ୧୨୦ରୁ ୧୫୦ ଟଙ୍କା ଅଛି । ବାହାର ରାଜ୍ୟରୁ ପିଆଜ ଆସି ପହଂଚିଲେ ମୂଲ୍ୟ କମିଯିବ ବୋଲି କୁହାଯାଉଥିଲା । କିନ୍ତୁ ତାହା ହେଲାନାହିଁ । ବର୍ତ୍ତମାନ ରାଜ୍ୟରେ ଇଜିପ୍ଟ ପିଆଜ ପହଂଚିଛି । ସାରା ଦେଶରେ ପିଆଜର ମୂଲ୍ୟ ଅହେତକୁ ବଢ଼ିବା ପରେ ବାହାର ଦେଶରୁ ଆମଦାନି କରାଯାଇଛି । ଏହି ପିଆଜର ଓଜନ ଗୋଟା ଅଧ କେଜିରୁ ଅଧିକ ରହୁଛି। ଗତକାଲି ୩୨ ଟନ୍ ଇଜିପ୍ଟ ପିଆଜ ଭୁବନେଶ୍ୱରରେ ପହଞ୍ଚିଛି। ଦେଶୀ ପିଆଜଠୁ ଏହାର ଆକାର ଓ ରଙ୍ଗ ଟିକିଏ ଭିନ୍ନ ରହିଛି। ଇଜିପ୍ଟ ପିଆଜ ଆସିଲା ପରେ କିଲୋପ୍ରତି ମୂଲ୍ୟ ୫୦ଟଙ୍କାରୁ ତଳକୁ ରହିବ ବୋଲି କିଛି ବ୍ୟବସାୟୀଙ୍କର ମତ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking