43 C
Bhubaneswar
Tuesday, April 16, 2024
Homeଓଡିଶାଆର୍ଥିକ ସ୍ଥିତିରେ ସୁଧାର ପାଇଁ ଆରବିଆଇର ବଡ ଘୋଷଣା

ଆର୍ଥିକ ସ୍ଥିତିରେ ସୁଧାର ପାଇଁ ଆରବିଆଇର ବଡ ଘୋଷଣା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସ ମହାମାରୀ ଯୋଗୁ ଅର୍ଥନୀତି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି । ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍ ହ୍ରାସ କରିଛି ଆରବିଆଇ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏନେଇ ଘୋଷଣା କରିଛନ୍ତି । ରେପୋ ରେଟରେ ୭୫ ବେସିସ୍ ପଏଣ୍ଟ୍ ହ୍ରାସ କରାଯାଇ ପ୍ରତିଶତ ହ୍ରାସ କରାଯାଇଛି । ଏହି ହ୍ରାସ ପରେ ନୂଆ ରେପୋ ରେଟ୍ ୫. ୧୫%ରୁ ଖସି ୪.୪ ରହିଛି । ଫଳରେ ୫. ୧୫%ରୁ ୪.୪% ହେଲେ ରେପୋ ରେଟ୍ ।
ରିଭର୍ସ ରେପୋ ରେଟ୍ ରେ ୦.୯ ପ୍ରତିଶତ ହ୍ରାସ ପରେ ରିଭର୍ସ ରେପୋ ରେଟ୍ ୪ କୁ ଖସି ଆସିଛି । ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଲକ୍ଷେ ୭୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ । ଆଜି ଆରବିଆଇ ମଧ୍ୟ ବଡ ଘୋଷଣା କରିଛି । ଏହା ସହିତ ଆଗକୁ ଋଣ ଶସ୍ତା ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି । ବିଭିନ୍ନ ବ୍ୟାଙ୍କ ଓ ଫାଇନାନସିଆଲ୍ ସେକ୍ଟର ଗୁଡିକ ଋଣ ଉପରେ ଆସନ୍ତା ୩ ମାସ ପାଇଁ ଇଏମଆଇରେ ରିହାତି ଦେବା ପାଇଁ ବ୍ୟାଙ୍କ ଗୁଡିକୁ ଆହ୍ୱାନ କରିଛନ୍ତି ଆରବିଆଇ ଗଭର୍ଣ୍ଣର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking