31.1 C
Bhubaneswar
Tuesday, April 23, 2024
Homeଓଡିଶାରାୟପୁର ଲକ୍ ଡାଉନ

ରାୟପୁର ଲକ୍ ଡାଉନ

ରାୟପୁର: ଛତିଶଗଡର ରାୟପୁର ଜିଲ୍ଲା ସଂପୂର୍ଣ୍ଣ ଭାବରେ ଲକ୍ ଡାଉନ ଘୋଷଣା ହୋଇଛି । ଏପ୍ରିଲ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା ହୋଇଛି । ୯ ତାରିଖ ସନ୍ଧ୍ୟା ୬ଟାରୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ଲଗାଯାଇଛି । କରୋନା ସଂକ୍ରମଣ ଅଣାୟତ୍ତ ଦେଖି ସରକାର ଲକ ଡାଉନ ଘୋଷଣା କରିଛନ୍ତି । ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ମଧ୍ୟ ରାଜ୍ୟରୁ ୭୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଓଡିଶାର କିଛି ଜିଲ୍ଲାରେ ନାଇଟ କର୍ଫ୍ୟୁ ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ଗତବର୍ଷ ଭଳି ଏବେ ମଧ୍ୟ କରୋନା ମହାମାରୀ ସାଂଘାତିକ ରୂପ ନେବା ଆରମ୍ଭ କରିଦେଲାଣି । ଯଦି ସଂକ୍ରମଣରେ ରୋକ ନ ଲାଗେ, ତେବେ ଆଗକୁ ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାରେ ଲକ ଡାଉନ, ସଟ ଡାଉନ ଓ ନାଇଟ କର୍ଫ୍ୟୁ ମଧ୍ୟ ଫେରିପାରେ । ସେଥିପାଇଁ ସରକାର ସଚେତନ କରୁଛନ୍ତି । ଜନତାଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ମୁହଁରେ ସର୍ବଦା ମାସ୍କ ପିନ୍ଧିବା ସହ ହାତକୁ ସାନିଟାଇଜ କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା, ଗହଳି ଏଡାଇବା ଉପରେ ଫୋକସ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking