30.1 C
Bhubaneswar
Wednesday, April 24, 2024
Homeଓଡିଶାଥମୁନି ଯନନୀ ଯନ୍ତ୍ରଣା : ୩ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଥମୁନି ଯନନୀ ଯନ୍ତ୍ରଣା : ୩ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ରାୟଗଡ଼ା : ଥମୁନି ଜନନୀ ଯନ୍ତ୍ରଣା । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛୁ । କେଉଁଠି ଗର୍ଭବତୀଙ୍କୁ ଭାରରେ ବୁହା ହେଉଛି, ତ ଅନ୍ୟ କେଉଁଠି ରାସ୍ତା କଡରେ ପ୍ରସୂତି ଜନ୍ମ ଦେଉଥିବା ଦେଖିବାକୁ ମିଳିଛି ।
ନଦୀପାରକରି ଆଣିବା ବାଟରେ ଯାଆଁଳା ସନ୍ତାନ ଜନ୍ମଦେଲେ ଗର୍ଭବତୀ ମହିଳା । ତେବେ ସେଥିମଧ୍ୟରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଶିଶୁଟି ସୁସ୍ଥ ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୋଡ଼ିପାରି ପଚାଂୟତ ଅନ୍ତର୍ଗତ ଆଡ଼ାଝର ଗାଁରେ ।
ସୂଚନା ଅନୁଯାୟୀ, ଆଡ଼ାଝର ଗାଁର ଜନ ମାଝିଙ୍କ ଗର୍ଭବତୀ ସ୍ତ୍ରୀ ଫଗୁଣ ମାଝିଙ୍କ ଆଜି ସକାଳେ ପ୍ରସବ ବେଦନା ହୋଇଥିଲା । ପରିବାର ଲୋକେ ୧୦୨ ଆମ୍ବୁଲାନସକୁ ଯୋଗାଯୋଗ କରିଥିଲେ । ନିକଟ ଟିକିରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନସ ନଥିବା ଯୋଗୁଁ କାଶିପୁର ବ୍ଲକ ସଦର ମହକୁମାରୁ ଆମ୍ବୁଲାନସ ଆସିଥିଲା । ତେବେ ଅଡ଼ାଝର ଗାଁକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନସଟି ନଦୀ ଆରପଟେ ରଖି ଡ଼୍ରାଇଭର ଏବଂ ଆଶାକର୍ମି ଆମ୍ବୁଲାନସରେ ଥିବା ଷ୍ଟ୍ରେଚର ନେଇ ୩ କିଲୋମିଟର ଚାଲି ଚାଲି ଗାଁକୁ ଯାଇ ଫୁଲ ମାଝିକୁ ଆମ୍ବୁଲାନସକୁ ଆଣିବା ବାଟରେ ସେ ଦୁଇଟି ଯାଆାଁଳା ସନ୍ତାନ ଜନ୍ମ ଦେଇଥିଲେ । ଗୋଟିଏ ପୁତ୍ର ସନ୍ତାନ ହୋଇଥିବା ବେଳେ ଅନ୍ୟଟି କନ୍ୟା ଜନ୍ମ ନେଇଥିଲେ । ତେବେ ତାଙ୍କୁ ସେଠାରୁ ଆମ୍ବୁଲାନସ ଯୋଗେ ୧୫ କିଲୋମିଟର ଦୁର ଟିକିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ପରିକ୍ଷା ସମୟରେ କନ୍ୟାସନ୍ତାନଟି ମୃତ୍ୟୁବରଣ କରିଥିବା ଜଣା ପଡ଼ିଥିଲା । ତେବେ ଫଗୁଣ ମାଝି ଏବଂ ପୁତ୍ର ସନ୍ତାନ ସୁସ୍ଥ ଥିବା ଡ଼ାକ୍ତର କହିଛନ୍ତି । ସବୁଠାରୁ ବଡ଼କଥା ଜିଲ୍ଲାରେ ଗର୍ଭବତିଙ୍କ ସୁରକ୍ଷିତ ପ୍ରଶବ ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ସବୁ ବ୍ଲକରେ ଏକାଧିକ ମା’ ଘର ରହିଥିବା ବେଳେ ପ୍ରସବ ତାରିଖର ଢ଼େର ପୁର୍ବରୁ ଗର୍ଭବତୀଙ୍କୁ ଉକ୍ତ ମା’ ଘରେ ରଖିବାର ବ୍ୟବସ୍ଥା ରହିଛି । ତେବେ ତୃଣମୁଳ ସ୍ତରରେ ସଚେତନତା ଅଭାବ ଯୋଗୁଁ ଏଭଳି ଘଟଣା ଘଟି ଅକାଳରେ ମା’ ଓ ଶିଶୁ ପ୍ରାଣ ହରାଉଛନ୍ତି ବୋଲି କହିଛନ୍ତି ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଲକ୍ଷ୍ମୀ ନାରାୟଣ ପୃଷ୍ଟି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking