34.1 C
Bhubaneswar
Friday, March 29, 2024
HomeUncategorizedରାୟଗଡା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ସହ ଟ୍ରକ ଜବତ

ରାୟଗଡା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ସହ ଟ୍ରକ ଜବତ

ରାୟଗଡ଼ା-ଅପରେସନ ଗ୍ରୀନ ପୂର୍ବରୁ ରାୟଗଡା ପୋଲିସକୁ ମିଳିଛି ଏକ ସଫଳତା। ଖାଲି କଟୁନ ବୋଝେଇ ଟ୍ରକରେ ଚୋରରେ ରାୟପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ବ୍ୟବହୃତ ଟ୍ରକକୁ ଜବତ କରିଛି। ଏତଦ ବ୍ୟତୀତ ଟ୍ରକ ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି। ତେବେ ଉକ୍ତ 12 ଚକିଆ ଟ୍ରକ ଉପରେ ପୋଲିସ ନଜର ରଖିଥିବା ବେଳେ ଆଜି ରାୟଗଡା ଉପକଣ୍ଠ ଆମ୍ବଗୁଡା ନିକଟରୁ ଗଞ୍ଜେଇ ଜବତ କରିଛି। ଟ୍ରକରେ ଥିବା ଅନ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଗଞ୍ଜେଇ କେଉଁଠାରୁ ଆସୁଥିଲା ଓ ଏଥିରେ କେଉଁମାନେ ସମ୍ପୃକ୍ତ ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking