40.1 C
Bhubaneswar
Wednesday, April 24, 2024
Homeଓଡିଶାଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା

ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା

ରାୟଗଡ଼ା : ବିଭିନ୍ନ ଦାବି ନେଇ ଆଜି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ରାୟଗଡାରେ ଦେଖିବାକୁ ପଡୁଛି। ଆଜି ଜିଲ୍ଲାରେ କାର୍ଯ୍ଯରତ ବିଭିନ୍ନ ସଂଗଠନ କେନ୍ଦ୍ର ସରକାରଙ୍କ ମାରଣନିତୀକୁ ବିରୋଧ କରି ରାସ୍ତାକୁ ଓଲ୍ଲାଇଛନ୍ତି। ଶ୍ରମିକ ସଂଗଠନର ଶତାଧିକ କର୍ମୀ ଆଜି ସହରର କପିଳାସ ଛକରେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଶହ ଶହ ସଂଖ୍ଯାରେ ଭାରିଯାନ ଅଟକ ରହିଛି। ସେହିପରି ରାୟଗଡ଼ା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଫଳରେ ସାଧାରଣ ଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି। ସେହିପରି ବ୍ଯାଙ୍କ ପ୍ରତିଷ୍ଠାନ ମଧ୍ଯ ବନ୍ଦ ରହିଛି। ଶ୍ରମିକ ସଂଗଠନର କର୍ମୀମାନେ ପିକେଟିଂ କରି ଭାରତ ବନ୍ଦ ଡାକରାରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି। ଅନ୍ଯପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ଯାପକ ପୁଲିସ ମୁତ୍ତୟନ କରାଯାଇଛି। ସେହିପରି ରାୟଗଡା ଜିଲ୍ଲାର ଅନ୍ଯ ବ୍ଲକରେ ମଧ୍ଯ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking