40.1 C
Bhubaneswar
Thursday, April 25, 2024
Homeଓଡିଶାରାବୁଗୁଡା ଗ୍ରାମରେ ମିଳିମିଳା ଆତଙ୍କ, ଡାକ୍ତର ବଦଳରେ ବେଜୁଣୀ ଭରସା

ରାବୁଗୁଡା ଗ୍ରାମରେ ମିଳିମିଳା ଆତଙ୍କ, ଡାକ୍ତର ବଦଳରେ ବେଜୁଣୀ ଭରସା

ରାୟଗଡ଼ା : ରାୟଗଡା ଜିଲ୍ଲା  କଲ୍ୟାଣସିଂହପୁର ବ୍ଲକରେ ମିଳିମିଳା ଆତଙ୍କ ଦେଖାଦେଇଛି । ଆକ୍ରାନ୍ତମାନେ ଚିକିତ୍ସା ଲାଗି ଡାକ୍ତର ବଦଳରେ ବେଜୁଣୀ ଉପରେ ଭରସା କରୁଛନ୍ତି । ଏହି ବ୍ଲକର ଧାମୁଣିପଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରାମ ରାବୁଗୁଡ଼ାରେ ୧୦ ଜଣ ମିଳିମିଳାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତମାନେ ଔଷଧ ଉପରେ ବିଶ୍ୱାସ ହରାଇ ବେଜୁଣୀ ଉପରେ ଭରସା କରି ଧୁପଦୀପ ଦେଇ ମାଆ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି । ରାବଗୁଡ଼ା ଗ୍ରାମରେ ମାସକ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ ବି ଆଜିଯାଏଁ ସ୍ୱାସ୍ଥ୍ୟ ବିଭାଗ ନିକଟରେ କୌଣସି ଖବର ନାହିଁ । ଡାକ୍ତରଙ୍କ ଔଷଧ ଖାଇଲେ କୁଆଡ଼େ କମିବା ବଦଳରେ ଅଧିକ ହେଉଥିବା ଅନ୍ଧବିଶ୍ୱାସ ଥିବାରୁ ଡାକ୍ତରଖାନା ଯିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏହି ଗ୍ରାମରେ ଗତ ଏକ ମାସ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ମିଳିମିଳା ହୋଇଛି । ବେଜୁଣୀ ମାଧ୍ୟମରେ ଧୂପ, ଦୀପ, ଝୁଣା ଦେଇ ରୋଗରୁ ମୁକ୍ତି ପାଇବା ପାଇଁ ଚିକିତ୍ସା ଚାଲିଛି । ରାବୁଗୁଡା ଗ୍ରାମର ସାହି ମଝିରେ ମିଳିମିଳା ଆକ୍ରାନ୍ତଙ୍କୁ ବସାଇ ବେଜୁଣୀ ଦୀପାଇ କରଶିକା ଝୁଣା ଦେଇ ଝଡ଼ାଫୁଙ୍ଖା କରୁଥିବାବେଳେ ଏକ ଦାନାରେ ଚାଉଳ ଓ ଗୁଡ଼ ଗୋଟିଏ ରଖି ହଳଦୀ ଖଣ୍ଡରଖି ପୂଜା କରୁଥିବା ଦେଖିବାକୁ ମିଳିଥିଲା । ଆମ ବାପାଅଜା ଅମଳରୁ ଏହି ବେଜୁଣୀ ଦ୍ୱାରା ହିଁ ମିଳିମିଳା, ବସନ୍ତ , ହାଡଫୁଟି ଭଳି ରୋଗରୁ ମୁକ୍ତ ହେଉଛି ବୋଲି ଗ୍ରାମବାସୀ ହାକିନା କରଶିକା କହିଛନ୍ତି । ବର୍ତ୍ତମାନର ବିଜ୍ଞାନ ଯୁଗରେ ଏସବୁ ପାଇଁ କୌଣସି ଔଷଧ କାମ କରିବ ନାହିଁ । ଏହା ଦେବାଦେବୀଙ୍କ ପ୍ରକୋପ ଯୋଗୁଁ ହୁଏ । ତେଣୁ ଝଡ଼ାଫୁଙ୍କା ଦ୍ୱାରା ହିଁ ଭଲ ହୋଇଥାଏ ବୋଲି ସେହି ଗ୍ରାମର ବୁଦୁରା କରଶିକା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଚିନ୍ମୟୀ ଲିମାଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କ ପାଖେ ଏଭଳି କୌଣସି ସୂଚନା ନାହିଁ କି କୌଣସି ଲୋକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିନାହାଁନ୍ତି । ବର୍ତ୍ତମାନ ଏକ ଡାକ୍ତର ଟିମ୍ ରାବଗୁଡା ଯାଇ ସ୍ଥିତି ଅନୁଧ୍ୟାନ କରି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରିବ ବୋଲି ଡାକ୍ତର ଲିମା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking