31.1 C
Bhubaneswar
Saturday, April 20, 2024
Homeଓଡିଶାଟିକା ଭୟରେ ଗାଁ’ ଜନଶୂନ୍ୟ, ପଡ଼ିଲା ତାଟିକବାଟ

ଟିକା ଭୟରେ ଗାଁ’ ଜନଶୂନ୍ୟ, ପଡ଼ିଲା ତାଟିକବାଟ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ କୈଳାସପୁର ପଞ୍ଚାୟତର ଚମ୍ପାକଣା ଗ୍ରାମରେ ଟିକାକରଣ ପାଇଁ ଗାଁ ଲୋକଙ୍କୁ ସଚେତନ କରାଯାଇଥିଲା। କୋଭିଡରୁ ବର୍ତ୍ତିବା ଲାଗି ଟିକାକରଣ ଏକମାତ୍ର ବିକଳ୍ପ ହୋଇଥିବାରୁ ଟିକା ନେବାକୁ ସହମତି ପ୍ରଦାନ କରିଥିଲେ ଗ୍ରାମବାସୀ। ହେଲେ ବୁଧବାର ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିବା ପୂର୍ବରୁ ତାଟି କବାଟ ପକାଇ ଗାଁ ଲୋକେ ଅନ୍ୟତ୍ର ପଳାଇଛନ୍ତି। ପୂରା ଗାଁ ଜନଶୂନ୍ୟ ଥିବାରୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଶେଷରେ ନିରାଶ ହୋଇ ଫେରିଆସିଛନ୍ତି। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ କୈଳାସପୁର ପଞ୍ଚାୟତର ଚମ୍ପାକଣା ଗ୍ରାମରେ ଟିକାକରଣ ପାଇଁ ଯାଇଥିବା ସ୍ବାସ୍ଥ୍ୟ ବିଭାଗ ଟିମ୍‌କୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

୫୦୦ରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଗତ ୭ ତାରିଖ (ସୋମବାର) କୋଲନରା ଚିକିତ୍ସା ଅଧିକାରୀ ଡା. ଜି. ଶୈଳଜା, ଜନସ୍ବାସ୍ଥ୍ୟ ଅଧିକାରୀ ଶୁଭଶ୍ରୀ ଦାଶ, ବ୍ଲକ୍ ପ୍ରୋଗାମ ଅଫିସର୍ କଳ୍ପନା ମିଶ୍ର ମୁକୁନ୍ଦପୁର ପଞ୍ଚାୟତ ଅଫିସରେ ପହଞ୍ଚି ବୈଠକ କରିଥିଲେ। ବୈଠକରେ କୈଳାସପୁର, ରେଖାପଦର, ମୁକୁନ୍ଦପୁର ଗ୍ରାମବାସୀ ଯୋଗ ଦେଇଥିଲେ। ଏଥିସହିତ ସରପଞ୍ଚ, ୱାର୍ଡମେମ୍ବର, ଦିଶାରି, ଗାଁ ଜାନିଙ୍କୁ ବୈଠକରେ ସାମିଲ୍ କରାଯାଇଥିଲା। ଅନ୍ଧବିଶ୍ବାସ ଓ କୁସଂସ୍କାରର ବଶବର୍ତ୍ତୀ ହୋଇ ଗାଁ ଲୋକ ଟିକାକରଣ ପାଇଁ ମନା କରିଥିବାରୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଗ୍ରାମବାସୀଙ୍କୁ ୩ ଘଣ୍ଟା ଧରି ବୁଝାଇଥିଲେ। ସେହିପରି ଗାଁ ଲୋକଙ୍କୁ ମନାଇବା ପାଇଁ ସରପଞ୍ଚ, ଦିଶାରି, ଜାନିଙ୍କ ସହାୟତା ନେଇଥିଲା ସ୍ବାସ୍ଥ୍ୟ ବିଭାଗ। ସୋମବାର ବୈଠକରେ ୩ ଗ୍ରାମବାସୀ ଟିକାକରଣ ପାଇଁ ରାଜି ହୋଇଥିଲେ।

ଫଳରେ, ଜି ଟିକାକରଣ ପାଇଁ ବ୍ଲକ୍ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ଆଜି ସ୍ବାସ୍ଥ୍ୟ ବିଭାଗର ୨ ଏଏନ୍ଏମଙ୍କ ସମେତ ଡାଟା ଏଣ୍ଟ୍ରି ଅପରେଟର୍ ଓ ଜଣେ ଡାକ୍ତର ଚମ୍ପାକଣା ଗ୍ରାମକୁ ଟିକାକରଣ ପାଇଁ ଯାଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦୦ ଡୋଜ୍ ଟିକା ଦେବା ପାଇଁ ପ୍ରସ୍ତୁତି କରି ଟିମ୍ ଯାଇଥିଲା। ପୂର୍ବାହ୍ନ ଟିକାକରଣ ଟିମ୍ ଗାଁରେ ପହଞ୍ଚିବା ପରେ ପୂରା ଗାଁ ଜନଶୂନ୍ୟ ଥିବା ସହିତ ଘରେ ଘରେ ତାଟି କବାଟ ପଡ଼ିଥିବା ଦେଖିଥିଲେ। କିଛି ବୟସ୍କ ଲୋକ ଗାଁରେ ଥିବା ବେଳେ ସେମାନଙ୍କ ସହ ସ୍ବାସ୍ଥ୍ୟ ବିଭାଗ ଟିମ୍ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking