34.1 C
Bhubaneswar
Friday, March 29, 2024
Homeଓଡିଶାଆମ୍ ଆଦମୀ ପାର୍ଟିର ବିକ୍ଷୋବ

ଆମ୍ ଆଦମୀ ପାର୍ଟିର ବିକ୍ଷୋବ

ରାୟଗଡ଼ା : ଆଜି ବସ୍ତିବାସିନ୍ଦା, ଭୂମିହୀନ, ହରିଶ୍ଚନ୍ଦ୍ର ଯୋଜନା ସହ ଦିବ୍ୟାଙ୍ଗ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆମ୍ ଆଦମୀ ପାର୍ଟି ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ଆବାହକ ଜନ୍ମେଜୟ ସ୍ଵାଇଁଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ରାୟଗଡା ଶାଖା ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଏକ ଦାବିପତ୍ର ପୋୖର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଭୂମିହୀନ ବସ୍ତିବାସିନ୍ଦାଙ୍କୁ ସଠିକ ସର୍ଭେ କରାଯାଇ ମାଗଣାରେ ଘରବାରି ପଟା ପ୍ରଦାନ କରିବା, ହରିଶ୍ଚନ୍ଦ୍ର ଯୋଜନାରେ ସବସତ୍କାର ପାଇଁ ସରକାରୀ ରାଶି ତୁରନ୍ତ ପ୍ରଦାନ ସହ ଦିବ୍ୟାଙ୍ଗ ଭାଇ ଭଉଣୀମାନଙ୍କୁ ଭତ୍ତା ଟଙ୍କା ତୁରନ୍ତ ପ୍ରଦାନ କରିବା ପାଇଁ ଦାବୀ କରିଥିଲେ । ଯଦି ସେମାନଙ୍କ ଦାବୀ ଯଥା ଶୀଘ୍ର ପୂରଣ ନହୁଏ ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟି ରାୟଗଡା ସହରର ବସ୍ତିବାସିନ୍ଦା, ଭୂମିହୀନ ଓ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟକାଳ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଏହି ସମସ୍ତ ଦାବିକୁ ଆସନ୍ତା ସୋମବାର ଦିନ ସୁଧା ପୂରଣ କରାଯିବ ବୋଲି ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ୟସୀର ବିଲାଲ ଅହମଦ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking