31.1 C
Bhubaneswar
Friday, March 29, 2024
HomeUncategorizedଜିଲ୍ଲା ପରିଷଦ ଅଧ୍ୟକ୍ଷ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାସ୍ତା ଅବରୋଧ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାସ୍ତା ଅବରୋଧ

ରାୟଗଡ଼ା (ଓଡ଼ିଶା ନ୍ୟୁଜ ଏଜେନ୍ସି) : ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡକ୍ଟର ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଏବେବି ରହସ୍ୟାବୃତ । କିଛି ବ୍ୟକ୍ତି ବିଶେଷ ଏକ ଦୁର୍ଘଟଣାରେ ରୂପ ଦେଉଥିଲା ବେଳେ ପରିବାର ଲୋକେ ଏହା ଏକ ପ୍ରାୟୋଜିତ ହତ୍ୟା ବୋଲି ଦାବି କରୁଛନ୍ତି । ପ୍ରକୃତ ହତ୍ୟାକାରୀକୁ ଧରିବା ଏବଂ ସମ୍ପୂର୍ଣ୍ଣ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ରାୟଗଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ୩୨୬ ନମ୍ବର ଜାତୀୟ ରାଜପଥର ବାଙ୍ଗୀଠାରେ ଅବରୋଧ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ତତ୍ୱାବଧାନରେ ସକାଳ ୬ଟାଠାରୁ ବାଙ୍ଗୀଛକରେ ରାସ୍ତା ଅବରୋଧ କରାଯାଇଥିଲା । ଏହି ଅବରୋଧରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନପତୀ, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ସମେତ ପୁରୁଷତମଙ୍କ ପରିବାର ଏବଂ ୧୧ଟି ବ୍ଲକର କଂଗ୍ରେସକର୍ମୀମାନେ ଏକାଠି ହୋଇଥିଲେ । ହତ୍ୟାକାରୀକୁ ଧରିବା ପାଇଁ ବିଭିନ୍ନ ସ୍ଲୋଗାନ ନାରାବାଜି କରିବା ସହ ବାଙ୍ଗୀଛକଠାରୁ ବ୍ରହ୍ମପୁର ସଂଯୋଗ କରୁଥିବା ରାସ୍ତା ଏବଂ ଗୁଣୁପୁରକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ୩ଟି ରାସ୍ତାରେ ହଜାର ହଜାର ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଗୁଣୁପୁର ଏସଡିପିଓ ରାଜକିଶୋର ଦାସ, ଅତିରିକ୍ତ ଏସପି ଅଶୋକ ସାହୁ ଭଳି ବରିଷ୍ଠ ପୁଲିସ ଅଧିକାରୀ ପହଂଚି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଅପରାହ୍ନରେ ରାସ୍ତାରୋକ ହଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking