27.1 C
Bhubaneswar
Friday, March 29, 2024
Homeଓଡିଶାଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବାକୁ ଦାବି ରଖିଛନ୍ତି ମୁଖ୍ୟ ବାଡଗ୍ରାହୀ

ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବାକୁ ଦାବି ରଖିଛନ୍ତି ମୁଖ୍ୟ ବାଡଗ୍ରାହୀ

ପୁରୀ : ମହାପ୍ରଭୂଙ୍କ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଜଗନ୍ନାଥ ସ୍ୱାଇଁ ମହାପାତ୍ର ରତ୍ନ ଭଣ୍ଡାର ଖୋଲିବାକୁ ସମର୍ଥନ କରନ୍ତି ବୋଲି କହିଛନ୍ତି । ଏହାଛଡ଼ା ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ପ୍ରଭୂ ବ୍ୟବହାର କରନ୍ତୁ ଏବଂ ତାଙ୍କ ପାଇଁ ନୂଆ ଅଳଙ୍କାର ତିଆରି କରିବାକୁ ମୁଖ୍ୟ ବାଡଗ୍ରାହୀ ଦାବି କରିଛନ୍ତି । କାରଣ ପ୍ରଭୂ ପିନ୍ଧୁଥିବା ମାଳି, ମୁକୁଟ ଆଦି ବହୁ ଅଳଙ୍କାର ପୁରୁଣା ହୋଇଗଲାଣି । ନୂଆ ଅଳଙ୍କାର ପ୍ରସ୍ତୁତ କରିବା ପାଇଁ ସେ ସରକାର ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି । ମହାପ୍ରଭୂଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ପ୍ରଭୂଙ୍କ ବ୍ୟବହାରକୁ ଅଣାଯାଏ ବୋଲି ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ୨୦୨୧ ସାଧାରଣ ନିର୍ବାଚନ ପୂର୍ବରୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ପଶ୍ଚିମବଙ୍ଗ ଯାଇ ପୂଜାର୍ଚ୍ଚନା କରିବାକୁ ନିମନ୍ତ୍ରଣ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପରେ ଫଳାଫଳା ଆସିଥିଲା ଏବଂ ସେ ବିଜୟୀ ହୋଇଥିଲେ । ବିଜୟ ପରେ ମଧ୍ୟ ପଶ୍ଚିମବଙ୍ଗ ଯିବା ପାଇଁ ନିମନ୍ତ୍ରଣ କରିଥିଲେ ମମତା । କିନ୍ତୁ ଏବେ ରଥଯାତ୍ରା ଥିବାରୁ ସେ ମହାହବିଷ ପାଳନ କରୁଛନ୍ତି ଏବଂ ରଥଯାତ୍ରା ପରେ ସେ ପଶ୍ଚିମବଙ୍ଗ ଯିବେ ବୋଲି ମମତା ବାନାର୍ଜୀଙ୍କୁ କହିଥିବା କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking