30.1 C
Bhubaneswar
Thursday, April 25, 2024
Homeଓଡିଶାରଥଯାତ୍ରା ପାଇଁ ପୁଲିସର ବ୍ୟାପକ ପ୍ରସ୍ତୁତି :  ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ, 

ରଥଯାତ୍ରା ପାଇଁ ପୁଲିସର ବ୍ୟାପକ ପ୍ରସ୍ତୁତି :  ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ, 

ପୁରୀ : ରଥଯାତ୍ରା ପାଖେଇ ଆସିବା ସଙ୍ଗେ ସଙ୍ଗେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି । ଚଳିତବର୍ଷ ଗତବର୍ଷ ଭଳି ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ । ଶୃଙ୍ଖଳିତ ଭାବେ ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ କରାଇବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଛି ଆର୍‌ଟି-ପିସିଆର୍ ଟେଷ୍ଟ । ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯିବା ସଙ୍ଗେ ସଙ୍ଗେ ଏସ୍‌ଓପି ପାଳନ ଉପରେ ଗୁରୁତ୍ୱାରୋପ କରାଯାଉଛି । ଏସ୍‌ଓପି ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ କେ. ବିଶାଲ ସିଂ ଚେତାଇ ଦେବା ସଙ୍ଗେ ସଙ୍ଗେ ସୁରୁଖୁରୁରେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ କରାଇବାରେ ସହଯୋଗ କରିବାକୁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ।

ପୁଲିସ ପକ୍ଷରୁ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରମୁଖ ଗଳିଗୁଡିକର ଅଧିବାସୀମାନଙ୍କ ସହ ଆଲୋଚନା କରାଯାଉଛି । ସାହିକମିଟିର କର୍ମକର୍ତ୍ତାମାନଙ୍କ ସହ ମଧ୍ୟ ଆଲୋଚନା ଜାରି ରହିଛି । ଜନସାଧାରଣଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀସିଂ ପ୍ରକାଶ କରିଛନ୍ତି । ଶ୍ରୀ ସିଂ କହିଛନ୍ତି ଯେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ବଡ଼ଦାଣ୍ଡର ହୋଟେଲ ଓ ଲଜିଂମାଲିକମାନଙ୍କ ସହ ଆମେ ଆଲୋଚନା କରିସାରିଛୁ ।

ସେମାନେ ସମ୍ପୂର୍ଣ୍ଣ ସହଯୋଗ କରୁଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ। ମଙ୍ଗଳବାର ଦିନ ପୁଲିସ ଫ୍ଲାଗମାର୍ଚ୍ଚ କରିଥିବାବେଳେ ସାହି କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ମୁଖ୍ୟ ଗଳିଗୁଡ଼ିକର ବାସିନ୍ଦାମାନଙ୍କ ସହ ଆମର ଆଲୋଚନା ଚାଲିଛି । ଜନସାଧାରଣଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ କରାଯିବ । ଜନସାଧାରଣଙ୍କର କୌଣସି ଅସୁବିଧା ହେବାକୁ ଆମେ ଦେବୁ ନାହିଁ। ପ୍ରାୟ ସବୁସାହି ଆମେ ବୁଲିସାରିଲୁଣି ଓ ବରିଷ୍ଠ ବାସିନ୍ଦାମାନଙ୍କ ସହ ଆଲୋଚନା କରିଛୁ । ପୁଲିସ ଓ ପ୍ରଶାସନ ପକ୍ଷରୁ ଏସ୍‌ଓପି ଉଲ୍ଲଙ୍ଘନ ପାଇଁ ସୁଯୋଗ ଦିଆଯିବ ନାହିଁ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking