31.1 C
Bhubaneswar
Wednesday, April 24, 2024
Homeଓଡିଶାଚଳିତଥର ଭଙ୍ଗା ଯିବନି ରଥ

ଚଳିତଥର ଭଙ୍ଗା ଯିବନି ରଥ

ଭୁବନେଶ୍ଵର: ପୁରୀରେ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇସାରିଛି । କିନ୍ତୁ ଏବର୍ଷର ତିନୋଟି ରଥକୁ ନଭାଙ୍ଗିବାକୁ ସ୍ଥିର କରାଯାଇଛି । ଜଗନ୍ନାଥ ବଲ୍ଲଭ ପରିସରରେ ୩ରଥକୁ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୂଚନା ପ୍ରଦାନ କରିଛନ୍ତି କ୍ରିଷନ କୁମାର । ତେଣୁ ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରଥ ରଖାଯିବା ନେଇ ନିର୍ମାଣ ଚାଲିଛି । କିଭଳି ରଥକୁ ନଭାଙ୍ଗି ରଖାଯିବ ଏନେଇ ବିଶ୍ୱକର୍ମା, ଭୋଇ ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ଅନେକ ବାଦ ବିବାଦ ପରେ ଶେଷରେ ଚଳିତ ବର୍ଷ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସୁପ୍ରମକୋର୍ଟଙ୍କ କୋଭିଡ୍ କଟକଣା ଗାଇଡ ଲାଇନ ମାନି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ବିନା ଭକତ ରେ କାଳିଆ ର ବାହୁଡ଼ା ଯାତ୍ରା ବି ହୋଇଛି । 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking