26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭଡ଼ା ବୃଦ୍ଧି, ଯାତ୍ରୀ ହଟହଟା

ଭଡ଼ା ବୃଦ୍ଧି, ଯାତ୍ରୀ ହଟହଟା

ରାଉରକେଲା:   ଲାଠିକଟାରୁ ରାଉରକେଲା ଯାଉଥିବା ଅଟୋର ଅତିରିକ୍ତ ଭଡ଼ା ଯାତ୍ରୀଙ୍କ ପକେଟକୁ ବାଧୁଥିବା ଅଭିଯୋଗ ହୋଇଛି । ପ୍ରକାଶଯେ, ବର୍ତମାନସାରନଗରୀରୁ ଲାଠିକଟାକୁ ଯିବାକୁ ହେଲେ ଯାତ୍ରୀ ପିଛା ଭଡ଼ା ୩୦ ଟଙ୍କା ଦେବାକୁ ପଡୁଛି, ଯାହାକି ପୂର୍ବରୁ ୨୦ ଟଙ୍କା ଥିଲା । ଏହି ଅତ୍ୟଧିକ ଯାତ୍ରୀଭଡ଼ା ଫଳରେ ଗରିବ, ଦିନ ମଜୁରିଆ, ଉଠା ଦୋକାନୀ ମାନେ ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି । ପ୍ରକାଶଯେ, ଲାଠିକଟା ବ୍ଲକ ଅଂଚଳରେ ବିଭିନ୍ନ ଗ୍ରାମର  ଗ୍ରାମବାସୀ କୃଷି ଉପରେ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ । ତେବେ କରୋନା କାଳରେ ଚାଷୀ ମାନେ ଅଳ୍ପ ବହୁତେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଭଳି କ୍ଷେତ୍ରରେ ଅଟୋ ପରିବହନ ଭଡ଼ା ବୃଦ୍ଧି ହେବା ଯୋଗୁ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । ଯାତ୍ରୀବାହୀ ଅଟୋର ଏହି ଅତିରିକ୍ତ ଭଡ଼ା ହ୍ରାସ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking