34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମୋଦିଙ୍କ ଜନ୍ମ ଦିନକୁ ରାଷ୍ଟ୍ରିୟ ବେରୋଜଗାର ଦିବସ ରୁପେ ପାଳିଲା ଜିଲ୍ଲା ଛାତ୍ର କଂଗ୍ରେସ

ମୋଦିଙ୍କ ଜନ୍ମ ଦିନକୁ ରାଷ୍ଟ୍ରିୟ ବେରୋଜଗାର ଦିବସ ରୁପେ ପାଳିଲା ଜିଲ୍ଲା ଛାତ୍ର କଂଗ୍ରେସ

ବଲାଙ୍ଗିର: ଦିନକୁ ଦିନ ଦେଶରେ ବେରୋଜଗାରଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋଦି ସରକାରଙ୍କ କେନ୍ଦ୍ର କ୍ଷମତାକୁ ଆସିବା ପରେ ଦେଶରେ ବେରୋଜଗାରି ସବୁ ରେକର୍ଡ ଭାଙ୍ଗିଛି । ବର୍ଷକୁ ଦୁଇ କୋଟି ରୋଜଗାର ସୃଷ୍ଟି କରିବା ପ୍ରତିସୃତି ଦେଇ କ୍ଷମତାକୁ ଆସିଥିବା ମୋଦି ସରକାର ଯୁବକ ଯୁବତିଙ୍କୁ ରୋଜଗାର ଦେବାରେ କ୍ରମାଗତ ଭାବେ ବିଫଳ ହୋଇଛି । ଏଭଳି ସ୍ଥିତିରେ ଓଲୋଟା ଖୋଦ ପ୍ରଧାନମନ୍ତ୍ରୀ ଚା ଦୋକାନ ପକୁଡି ଦୋକାନ କରିବା ମଧ୍ୟ ରୋଜଗାର ଭଳି ଲଜ୍ଜ୍ୟାଜନକ ମନ୍ତବ୍ୟ ଦେଉଛନ୍ତି । ତେବେ ଦେଶରେ ହୁ ହୁ ହୋଇ ବଢୁଥିବା ଏହି ବେରୋଜଗାରି ର ବିରୋଧ ପୁର୍ବକ ଜିଲ୍ଲା ଛାତ୍ର କଂଗ୍ରେସ ରାଷ୍ଟ୍ରିୟ ବେରୋଜଗାର ଦିବସ ରୁପେ ପାଳନ କରିଥିବା ଦଳ ତରଫରୁ କୁହାଯାଇଛି । ଆହୁରି , ଆଜି ମୋଦିଜୀଙ୍କ ଜନ୍ମ ଦିନକୁ ଅଖିଳ ଭାରତିୟ କଂଗ୍ରେସ କମିଟି ସଭାପତି ଶ୍ୀମତି ସୋନିଆ ଗାନ୍ଧି ଆହ୍ୱାନ କ୍ରମେ ଦେଶରେ ବଢୁଥିବା ବେରୋଜଗାରି ଓ ମାନନୀୟ ପ୍ରଧାନମନ୍ତ୍ରିୀଙ୍କ ଦେଶର ଯୁବକ ଯୁବତୀଙ୍କୁ ରୋଜଗାର ପାଇଁ ବର୍ଷ ବର୍ଷ ଧରି ଭୁଆଁ ବୁଲା ନିତି କୁ ବିରୋଧ କରି ଆଜି ମୋଦିଜୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରିୟ ବେରୋଜଗାର ଦିବସ ରୁପେ ପାଳନ କରାଯାଇଛି ବୋଲି ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ସୁଚନା ଦେଇଛନ୍ତି ।
ଆଜି ସକାଳୁ ଛାତ୍ର କଂଗ୍ରେସ ର ବିଭୀନ୍ନ ସଦସ୍ୟ ସହିତ କଂଗ୍ରେସ ଦଳର ନେତାମାନେ ସ୍ଥାନିୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ଜୁଟ ହୋଇଥିଲେ । ମୋଦିଜୀଙ୍କ ଜନ୍ମ ଦିବସକୁ ରାଷ୍ଟ୍ରିୟ ବେରୋଜଗାର ଦିବସ ପାଳନ ପୁର୍ବକ ରାସ୍ତା କଡରେ ଚା ଓ ପକୁଡି ଛାଣି, ଯାତାୟତ କରୁଥିବା ଲୋକଙ୍କୁ ବଣ୍ଟନ କରିଥିଲେ । ତେବେ ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଅୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ-ସଭାପତି ମନିଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା ସେବାଦଳ ମୁଖ୍ୟ ଅସିତ ମିଶ୍ର, ଚନ୍ଦ୍ରମଣୀ ତ୍ରିପାଠୀ, ଅଜୟ ବାଲୀ,ସଞ୍ଜୟ ମିଶ୍ର, ଅନ୍ତ ମଛଖଣ୍ଡ, ଅବିନାଶ ପ୍ରସାଦ ସାଏ, ପ୍ରକାଶ ସାହୁ, ଛାତ୍ର ନେତା ଅଜିତ ମହାନନ୍ଦ, ଟୁଲୁ ସେନ୍, ନିରଞ୍ଜନ ମିଶ୍ର, ସୁଭେନ୍ଦୁ ସା, ଆରତି ଘିବେଲା, ସୁଜିତ, ଶଭଙ୍କର, ରସିକ, ଓମ, ଅମିୟ, ହରିସ ନାଗ, ରଞ୍ଜିତ ବାରିକ, ନକୁଲ ବୁଡେକ, ପ୍ରହଲ୍ଲାଦ ସୁନା, ଗଣେଶ ମହାନନ୍ଦ, ମଣ୍ଟୁ ଛତ୍ରିଆ ଓ ରମଣି ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking