31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଉଲ୍ଲେଖନୀୟ ସେବା ନିମନ୍ତେ ‘ସିବିଆଇ’ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ

ଉଲ୍ଲେଖନୀୟ ସେବା ନିମନ୍ତେ ‘ସିବିଆଇ’ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇଥିବା ୨୮ଜଣ ‘ସିବିଆଇ’ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କୁ ଗିରଫ କରିବାକୁ ତାଙ୍କ ଘରର କାନ୍ଥକୁ ଚଢ଼ି ଯାଇଥିବା ଜଣେ ଅଧିକାରୀ। ସେ ଅଧିକାରୀ ଜଣକ ହେଉଛନ୍ତି ଏସ୍‌ପି ରାମସ୍ୱାମୀ ପାର୍ଥସାରଥି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଚିଦମ୍ବରମ୍‌ଙ୍କୁ ଗିରଫ କରିଥିବା ଏହି ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପ୍ରଦାନ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଶାନ୍ତ ମିଜାଜ୍ ଓ କଡ଼ା ମନୋଭାବର ଅଧିକାରୀ ଭାବେ ସୁପରିଚିତ ପାର୍ଥସାରଥି ଏହି ମାମଲାରେ ଚିଦମ୍ବରମ୍ ପୁତ୍ର କାର୍ତିଙ୍କୁ ମଧ୍ୟ ଗିରଫ କରିଥିଲେ।
https://onakhabar.com/2020/01/26/republic-day-4/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking