33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ'ପୁଷ୍ପା' ରେ ରଶ୍ମିକାଙ୍କ ନୂଆ ଲୁକ

‘ପୁଷ୍ପା’ ରେ ରଶ୍ମିକାଙ୍କ ନୂଆ ଲୁକ

ନୂଆଦିଲ୍ଲୀ:  ସାଉଥ୍ ଆଇକନ୍ ଫିଲ୍ମ ଷ୍ଟାର ଅଲୁ ଅର୍ଜୁନଙ୍କ ଅପକମିଂ ‘ପୁଷ୍ପା’ରେ ସାମ୍ନାକୁ ଆସିଛି ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଫାଷ୍ଟ ଲୁକ୍ । ଏହି ଫିଲ୍ମରୁ ଲିଡ୍ ରୋଲରେ ଅଭିନୟ କରିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦନା। ଫିଲ୍ମରେ ରଶ୍ମିକାଙ୍କ ନାମ ଶ୍ରୀଭାଲୀ ରହିଥିବା ସମୟରେ ତାଙ୍କ ଲୁକ୍ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି । ଫିଲ୍ମରେ ରଶ୍ମିକା ବିଲକୁଲ ଦେଶୀ ଗେଟଅପ୍ ରେ ନଜର ଆସିଛନ୍ତି । ଏହି ଲୁକ୍ ଆସିବା ମାତ୍ରେ ରଶ୍ମିକା ମନ୍ଦନା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ତେବେ ରଶ୍ମିକା ନିଜେ ଏହି ଲୁକ୍ କୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ଏହି ଫିଲ୍ମଟି ଚଳିତ ବର୍ଷ ଖ୍ରୀଷ୍ଟମାସରେ ଫିଲ୍ମ ହଲରେ ମୁକ୍ତିଲାଭ କରିବ । ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ପାଖେଇ ଆସୁଥିବାରୁ ଫ୍ୟାନ୍ସଙ୍କ କ୍ରେଜ୍ ବଢ଼ିବାରେ ଲାଗିଛି । ତେବେ ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଫାହାଦ୍ ଫସିଲଙ୍କୁ ଅଲୁ ଅର୍ଜୁନଙ୍କ ସହ ଜବରଦସ୍ତ ଫାଇଟ କରୁଥିବା ଦେଖିବାକୁ ମିଳିବ । ଏହି ଫିଲ୍ମଟି ଲାଲ୍ ଚନ୍ଦନ କାଠର ଚୋରା ଚାଲାଣର କାହାଣୀ ଉପରେ ଆଧାରିତ, ଯାହାର ମ୍ୟୁଜିକ୍ ସାଉଥର ହିଟ୍ ମ୍ୟୁଜିକ୍ କମ୍ପୋସର ଦେବୀ ଶ୍ରୀ ପ୍ରସାଦ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking